ବେଜିଂ: ଚୀନ ଆଜି ଆମେରିକାକୁ ଚେତାଇ ଦେଇଛି ଯେ, ୯/୧୧ ପରି ଆତଙ୍କବାଦୀ ଆକ୍ରମଣ ପୁନର୍ବାର ଘଟିପାରେ । ଚୀନର ସରକାରୀ ମିଡିଆ ହାଉସ ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଶିଜନ ଏହି ଆଶଙ୍କା ପ୍ରକାଶ କରିଛନ୍ତି । ୧୧ ସେପ୍ଟମ୍ବର ଆକ୍ରମଣ ୧୯ ଆତଙ୍କୀ ଦ୍ୱାରା କରାଯାଇଥିବା ଆତ୍ମଘାତୀ ଆକ୍ରମଣ ଥିଲା । ଆତଙ୍କବାଦୀମାନେ ଏବେ ସଂଗଠିତ ହୋଇଥିବାରୁ ଆହୁରି ବଡ ଧରଣର ଆକ୍ରମଣ ଆଶଙ୍କା ରହିଛି ।
ଚୀନକୁ ଆମେରିକା ଶତ୍ରୁ ଭାବି ବଡ ଭୁଲ କରିଛି ବୋଲି ଏଥିରେ ଲେଖାଯାଇଛି । ଆମେରିକା ନିଜ ସ୍ୱାର୍ଥ ପାଇଁ ଆତଙ୍କବାଦୀଙ୍କ ପରିଭାଷା ବଦଳାଇ ଦେଉଛି । ଆତଙ୍କବାଦୀଙ୍କ କେହି ମିତ୍ର ନ ଥାନ୍ତି ତାଙ୍କୁ ନେଇ ରାଜନୀତି ଫାଇଦା ଉଠାଇବା ଆମେରିକା ବନ୍ଦ କରିବା ଉଚିତ । ଆମେରିକା ଯୋଗୁ ବିଶ୍ୱରେ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇ ଏବେ ଦୁର୍ବଳ ପଡି ଯାଇଛି ବୋଲି ଗ୍ଲୋବାଲ ଟାଇମ୍ସରେ ଉଲ୍ଲେଖ କରାଯାଇଛି ।
Comments are closed.