Latest Odisha News

BREAKING NEWS

ନବୀନଙ୍କ ୨୦ ବର୍ଷର ଶାସନକୁ ମୋଦୀଙ୍କ ସମାଲୋଚନା, କହିଲେ ‘ଚୌକିଦାର ସଜାଗ ଅଛି’

କୋରାପୁଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋରାପୁଟର ଜୟପୁରଠାରେ ବିଜେପିର ଏକ ଜନସଭାରେ ଉଦବୋଧନ ଦେଇ ଶାଣିତ ସ୍ୱରରେ ନବୀନ ପଟ୍ଟନାୟକ ସରକାରକୁ ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟର ଜୟପୁରଠାରେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ମୋଦୀ ଓଡିଶାବାସୀଙ୍କୁ ଆପଣ କେମିତି ଅଛନ୍ତି ବୋଲି ଓଡିଆରେ ପଚାରିଥିଲେ । ଏହାପରେ ସେ ଗୁପ୍ତେଶ୍ୱର, ତାରିଣୀଙ୍କ ଆଶୀର୍ବାଦ ମାଗିଥିଲେ । ଏହାସହ ପଦ୍ମଶ୍ରୀ କମଳା ପୂଜାରୀ ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ତାଙ୍କୁ ମୋଦୀ ପ୍ରଶଂସା କରିଥିଲେ । ସହିଦ ଲକ୍ଷ୍ମଣ ନାୟକଙ୍କୁ ମଧ୍ୟ ମନେ ପକାଇଥିଲେ ମୋଦୀ ।

ନରେନ୍ଦ୍ର ମୋଦୀ କହିଛନ୍ତି କି, ଓଡିଶା ଏବଂ ଭାରତକୁ ମଜବୁତ କରୁଥିବା ସରକାର ଦରକାର । ୧୦ ପାଦ ଚାଲିବା ପାଇଁ ୧୦ ମିନିଟ ଲାଗୁଥିବା ସରକାର ଦରକାର ନାହିଁ । ବିଜେଡି ବିକାଶ ପାଇଁ ସମୟ ନେଇଛି । ଭରସା ଭାଙ୍ଗିଛି । ଏଥିପାଇଁ ଦଣ୍ଡ ମିଳିବା ଦରକାର । ଏହି ସୁଯୋଗ ହାତଛଡା କରିବା ଅନୁଚିତ । ରାଜ୍ୟ ସରକାର ହଟିବା ଦରକାର । ଯେଉଁ ସରକାର ନକ୍ସଲ ହିଂସା ନିୟନ୍ତ୍ରଣ କରିପାରୁ ନାହାନ୍ତି ତାଙ୍କୁ ଦଣ୍ଡ ମିଳୁ । ୨୦୧୯ ନିର୍ବାଚନ ସାଂସଦ ଏବଂ ବିଧାୟକ ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଂଜିନ ଲଗାଉଥିବା ନିର୍ବାଚନ । ଏହା ୫ ବର୍ଷରେ ମଜବୁତ ଓଡିଶା ଗଠନରେ ସହାୟକ ହେବା ଓଡିଶା ଯୁବକ,କୃଷକ, ମହିଳା ଆଗକୁ ବଢିଲେ ରାଜ୍ୟରେ ମଜବୁତ ସରକାର ହେବ । ପୂର୍ବ ଭାରତ ମଜବୁତ ହେବ । ଚିଟଫଣ୍ଡ ଘୋଟାଲା କରିଥିବା, ଗରିବଙ୍କୁ ଲୁଟିଥିବା ଓଡିଶାକୁ ମଜବୁତ କରିପାରିବେ ନାହିଁ, ରାଜ୍ୟର ଭଲ କରିପାରିବେ ନାହିଁ, । ଖଣି ମାଫିଆଙ୍କୁ ମୁହଁ ଦେଉଥିବା ଲୋକ ରାଜ୍ୟକୁ କେବେବି ମଜବୁତ କରିପାରିବେ ନାହିଁ । ଯେଉଁ ରାଜ୍ୟରେ ମହିଳା ଅସୁରକ୍ଷିତ ନ୍ୟାୟ ଦେବାରେ ବିଫଳ ହୋଇଥିବା ଲୋକ ଓଡିଶାକୁ ସୁରକ୍ଷିତ କରିପାରିବେ ନାହିଁ । ଏହାର ଜବାବ ମିଳିବା ଦରକାର । ଭୋଟରେ ବିଜେପିକୁ ଭୋଟ ଦିଅନ୍ତୁ । ବିଜେପି ହିଁ ରାଜ୍ୟର ବିକାଶ କରିପାରିବ । ଏହା ଆପଣଙ୍କ ଚୌକିଦାର କରିବ । ଥରଟେ ସୁଯୋଗ ଦେଇ ଦେଖାନ୍ତୁ । ଯେତେବେଳେ ଆମେ ଏବଂ ଆପଣ ମିଶି ସଜାଗ ରହିବୁ ସମସ୍ତ ଭ୍ରଷ୍ଟାଚାରୀ ଡରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟର ଜୟପୁରଠାରେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ମୋଦୀ ଓଡିଶାବାସୀଙ୍କୁ ଆପଣ କେମିତି ଅଛନ୍ତି ବୋଲି ଓଡିଆରେ ପଚାରିଥିଲେ । ଏହାପରେ ସେ ଗୁପ୍ତେଶ୍ୱର, ତାରିଣୀଙ୍କ ଆଶୀର୍ବାଦ ମାଗିଥିଲେ । ଏହାସହ ପଦ୍ମଶ୍ରୀ କମଳା ପୂଜାରୀ ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ତାଙ୍କୁ ମୋଦୀ ପ୍ରଶଂସା କରିଥିଲେ । ସହିଦ ଲକ୍ଷ୍ମଣ ନାୟକଙ୍କୁ ମଧ୍ୟ ମନେ ପକାଇଥିଲେ ମୋଦୀ ।

ମୋଦୀ ଜନସଭାରେ ଉଦବୋଧନ ଦେଇ କହିଛନ୍ତି ଓଡିଶାର ବିକାଶ ପାଇଁ ରାସ୍ତା, ରେଳ, ଗ୍ୟାସ ସମସ୍ତ ଉଦ୍ୟୋଗ ସହ ଜଡିତ କାମ ହୋଇଛି । ପରେଳବାଇରେ ଏଠାରେ ଅଦ୍ଭୁତପୂର୍ବ କାମ ହୋଇଛି, ରାୟଗଡାରେ ରେଳ ଡିଭିଜନ ହୋଇଛି, ନବରଙ୍ଗପୁର- ମାଲକାନଗିରି ରେଳଲାଇନରେ ବିସ୍ତାର ହୋଇଛି । ଟଙ୍କାର କିଛି ଅଭାବ ନାହିଁ । ମହିଳା, ଯୁବକଙ୍କୁ ରୋଜଗାର ମିଳିଛି । ମୁଦ୍ରା ଯୋଜନାରେ ସଶକ୍ତ କରାଯାଇଛି । ଓଡିଶା ମାଟିରୁ ଦେଶର ବୈଜ୍ଞାନିକଙ୍କୁ ସଫଳତା ମିଳିଛି । ଯେତେବେଳେ ବିରୋଧୀ ସେନା, ବୈଜ୍ଞାନିକଙ୍କୁ ନିଚା ଦେଖାଉଛନ୍ତି ଜନତା ସେମାନଙ୍କ ମୁହଁ ବନ୍ଦ କରିଛନ୍ତି । ପୂର୍ବରୁ ଓଡିଶା ଏପରି ଏକ ଐତିହାସିକ ଉପଲବ୍ଧିର ସାକ୍ଷୀ ରହିଛି ଯେ ସାରା ବିଶ୍ୱକୁ ଭାରତର ସାମର୍ଥ୍ୟ ସହ ପରିଚିତ କରିଛି । ଅନ୍ତରୀକ୍ଷରେ ଭାରତ ସଫଳ ହୋଇଛି । ଏହା ଭାରତର ଆତ୍ମବିଶ୍ୱାସ । ସାରା ଦେଶ ଏଥି ପାଇଁ ଗର୍ବ କରୁଛି । ଅନେକ ଲୋକଙ୍କୁ ଭାରତର ଏହି ଉପଲବ୍ଧି ଛୋଟ ନଜର ଆଶୁଛି । ୬୦ ଦଶକରୁ ଗରିବଙ୍କ ସହ ବେଇମାନ କରୁଥିବା ଲୋକ ଏତେ ଡରିଯାଇଛନ୍ତି କି ଦେଶର ବୈଜ୍ଞାନିକ, ସେନାଙ୍କ ସାମର୍ଥ୍ୟକୁ ନିନ୍ଦା କରୁଛନ୍ତି । ଏମାନଙ୍କୁ ଦଣ୍ଡ ମିଳିବା ଦରକାର । ଭାରତ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କଲେ ବିରୋଧୀ ଏହାର ପ୍ରମାଣ ମାଗୁଛନ୍ତି । ଗୋଟିଏ ମାସ ହୋଇଗଲା ପାକିସ୍ତାନ ଶବ ଗଣୁଛି କିନ୍ତୁ ବିରୋଧୀ ପ୍ରମାଣ ମାଗୁଛନ୍ତି । ଭୋଟ ଦେବା ପାଇଁ ଗଲାବେଳେ ଆତଙ୍କବାଦୀଙ୍କୁ ଆକ୍ରମଣ କରିଥିବା ସରକାର ଦରକାର ନା ସେମାନଙ୍କୁ ଡରୁଥିବା ସରକାର, ନିଷ୍ପତି ନେଉଥିବା ସରକାର ଦରକାର ବୋଲି ମୋଦୀ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.