Latest Odisha News

BREAKING NEWS

ହୀରାକୁଦର ୬ଟି ଗେଟ୍ ଖୋଲା, ମହାନଦୀରେ କେଉଁଠି କେତେ ଜଳସ୍ତର ? ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି ବର୍ଷା। କିନ୍ତୁ ବିଭିନ୍ନ ନଦୀର ଜଳସ୍ତର ତଥାପି ବଢ଼ିଛି। ଉପରେ ମୁଣ୍ଡରେ ବର୍ଷା ଓ ହୀରାକୁଦରୁ ଗେଟ ଖୋଲି ଥିବାରୁ ମହାନଦୀ ଜଳସ୍ତର ବଢୁଛି। ଫଳରେ ନଦୀ ଅବବାହିକା ଅଞ୍ଚଳକୁ ଜାରି ହୋଇଛି ସତର୍କ ସୂଚନା। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ୬୨୭.୮୩ ଫୁଟ ଜଳସ୍ତର ରହିଛି । ଏବେ ହୀରାକୁଦରୁ ୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।

ଜଳଭଣ୍ଡାର ଭିତରକୁ ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨ଲକ୍ଷ ୬୦ହଜାର ୬୦୯ କ୍ୟୁସେକ ଜଳ ପ୍ରବେଶ କରୁଛି। ନିଷ୍କାସିତ ହେଉଛି ୧ ଲକ୍ଷ ୨୭ ହଜାର ୧୯୪ କ୍ୟୁସେକ ପାଣି । ବେଲଗାଁରେ ୬୧ ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ପଥରଲାରେ ୩ଲକ୍ଷ ୪ହଜାର ୯୬୦ କ୍ୟୁସେକ ଜଳ ପ୍ରବାହିତ ହେଉଛି।

ସେହିପରି ଖଇରାମାଳରେ ୫ଲକ୍ଷ ୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ବରମୂଳରେ ୫ ଲକ୍ଷ ୫୬ ହଜାର ୫୦୦ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀରେ ୬ଲକ୍ଷ ୨୦ ହଜାର ୧୭୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦର ବନ୍ୟାପାଣି ପହଞ୍ଚିଲେ ମୁଣ୍ଡୁଲିରେ ଆହୁରି ବଡିବ ଜଳସ୍ତର।

Leave A Reply

Your email address will not be published.