Latest Odisha News

BREAKING NEWS

ବିପଦ ସଂକେତ ଉପରେ ବଢୁଛି ବ୍ରାହ୍ମଣୀ ଓ ଜଳକା

ଭୁବନେଶ୍ବର: ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରାଜ୍ୟରେ ବଢ଼ିଛି ବିଭିନ୍ନ ନଦୀର ଜଳସ୍ତର। ଜଳକା ଓ ବ୍ରାହ୍ମଣୀ ଫୁଲିଛି। ଯାଜପୁର ଜିଲ୍ଲା ଜେନାପୁରରେ ବ୍ରାହ୍ମଣୀ ନଦୀର ସତର୍କ ସଂକେତ ୨୨ ମିଟର ଥିବାବେଳେ ଏବେ ସେଠାରେ ୨୨ ଦଶମିକ ୬୩ ମିଟର ଉପରେ ପାଣି ପ୍ରବାହିତ ହେଉଛି ।

ଫୁଲିଛି ଜଳକା ନଦୀ। ବାଲେଶ୍ଵର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀ ନିକଟରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ମଥାନୀରେ ଏବେ ୬ ଦଶମିକ ୪୧ ମିଟର ବନ୍ୟା ପାଣି ପ୍ରବାହିତ ହେଉଛି। ସେଠାରେ ବିପଦ ସଂକେତ ରହିଛି ୫ ଦଶମିକ ୫ ମିଟର ।

ସେହିପରି ମହାନଦୀ, ବ୍ରାହ୍ମଣୀ, ବୈତରଣୀ,  ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ରୁଷିକୂଲ୍ୟାର ନଦୀର ଜଳସ୍ତର ବି ବୃଦ୍ଧି ପାଉଛି । ମହାନଦୀରେ ନାରାଜ ନିକଟରେ ସତର୍କ ସଂକେତ ୨୫ ଦଶମିକ ୪୧ ମିଟର ରହିଥିବା ବେଳେ ଏବେ ୨୫ଦଶମିକ ୧୬ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି ।

ଉପରେ ମୁଣ୍ଡରେ ବର୍ଷା ଓ ହୀରାକୁଦ ଡ୍ୟାମର ଗେଟ ଖୋଲିବା ପରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ତେବେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ ।  ତଥାପି ସ୍ଥିତି ଉପରେ ନଜର ରଖାଯାଇଛି।

Leave A Reply

Your email address will not be published.