Latest Odisha News

BREAKING NEWS

ସଲ୍‌ମାନଙ୍କ ଶୋ’ର ଅଂଶ ହେବେ ଅଭିନେତ୍ରୀ ପ୍ରୀତି ଜାଙ୍ଗିଆନୀ!

ମୁମ୍ବାଇ: ‘ବିଗ୍ ବସ୍ ଓଟିଟି’ ର ଶେଷ ସପ୍ତାହ ଚାଲିଛି। ଯାହାର ଆୟେଜେକ ଅଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର। ୧୮ ସେପ୍ଟେମ୍ବର ଏହି ଶୋ’ ଯାହା ଶେଷ ହେବାକୁ ଯାଉଛି। ଏହା ଶେଷ ହେବା ମାତ୍ରେ ସଲମାନ ଖାନ ଅକ୍ଟୋବର ୩ ରୁ ‘ବିଗ୍ ବସ୍ ୧୫’ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ। ନିର୍ମାତାମାନେ ୧୫ ତମ ସିଜିନକୁ ସୁପରହିଟ୍ କରିବା ପାଇଁ ବିଭିନ୍ନ ସେଲିବ୍ରିଟିଙ୍କୁ ଏଥିରେ ଭାଗ ନେବାକୁ ଅଫର୍‌ ଦେଉଛନ୍ତି। ଖବର ଅନୁଯାୟୀ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜାଙ୍ଗିଆନୀଙ୍କୁ ମଧ୍ୟ ଏହି ଅଫର୍‌ ମିଳିଥିଲା। କିନ୍ତୁ ସେ ବିଗ୍‌ ବସ୍‌ ସିଜିନ ୧୫ ଅର୍ଥାତ୍‌ ସଲ୍‌ମାନଙ୍କ ସୋରେ ଭାଗ ନେବାକୁ ମନା କରିଦେଇଥିବା ଜଣାପଡ଼ିଛି।

ସୁପର୍‌ହିଟ୍‌ ଫିଲ୍ମ ‘ମୋହବତେ’ରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ପ୍ରୀତି ଜାଙ୍ଗିଆନି କହିଛନ୍ତି ଯେ ସେ ପ୍ରତ୍ୟେକ ଥର ତାଙ୍କୁ ଏହି ସୋରେ ଯୋଗଦେବା ପାଇଁ ଏକ ଅଫର ମିଳିଛି। ଶୋ’ର କ୍ରିଏଟିଭ୍ ଟିମ୍ ତାଙ୍କୁ ଏଥର ମଧ୍ୟ ତାଙ୍କ ନିକଟକୁ ଆସିଥିଲେ, କିନ୍ତୁ ସେ ଏଥିରେ ଅଂଶଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ମନା କରିବାର କାରଣରେ ପ୍ରୀତି କହିଛନ୍ତି – ମୁଁ ୨ ଦିନ ପର୍ଯ୍ୟନ୍ତ ମଧ୍ୟ ଏହି ଶୋ’ରେ ବଞ୍ଚି ପାରିବି ନାହିଁ।

Leave A Reply

Your email address will not be published.