Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଓ ତାଙ୍କ ପୁଅ ଅଭିମନ୍ୟୁ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭଦ୍ରକ ଲୋକସଭା ଆସନରୁ ୮ଥର ବିଜେଡ଼ି ଟିକଟରେ ନିର୍ବାଚନ ଲଢି ସାଂସଦ ହୋଇଥିବା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଓ ତାଙ୍କର ପୁଅ ଅଭିମନ୍ୟୁ ସେଠୀ ଶନିବାର ଦିନ ବିଜେପିରେ ଯୋଗଦାନ କରିଛନ୍ତିି ।

ଭଦ୍ରକ ସଂରକ୍ଷିତ ଲୋକସଭା ଆସନର ସାଂସଦ ଅର୍ଜୁନ ଚରଣ ସେଠୀ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଉତ୍ସବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଭଦ୍ରକ ଲୋକସଭା ଆସନରୁ ବିଜେଡ଼ି ଟିକଟ ଲାଗି ଆଶାୟୀ ପ୍ରାର୍ଥୀ ଥିଲେ ଅର୍ଜୁନ ସେଠୀ । ସେ ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ଟିକଟ ଦିଆଯାଇନଥିଲା ।

ସେ ଧାମନଗର ବିଧାନସଭା ଆସନରୁ ତାଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଟିକଟ ଦେବାକୁ ଅନୁରୋଧ କରିଥିଲେ । ମାତ୍ର ଭଦ୍ରକ ଲୋକସଭା ଆସନରୁ ତାଙ୍କୁ କରାନଯାଇ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ସକାଳେ ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ସେଠୀ କହିଥିଲେ, “ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ଏବଂ ପ୍ରାୟ ୪ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ସୁଯୋଗ ଦିଆଯାଇନଥିଲା” ।

ଆହୁରି ମଧ୍ୟ ମୁଁ ବିଜେଡିର ପ୍ରାଥମିକ ସଦସ୍ୟତା ପଦ ଏବଂ ଭଦ୍ରକ ଜିଲ୍ଲା ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିବା କହିଥିଲେ ।

୮ ଥର ସାଂସଦ ହୋଇଥିବା ଶ୍ରୀଯୁକ୍ତ ସେଠୀ ଦଳରେ ଟିକେଟ୍ ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.