Latest Odisha News

BREAKING NEWS

ପ୍ରସିଦ୍ଧ ‘ରଙ୍ଗବତୀ’ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍ ଲଢିବେ ନିର୍ବାଚନ !

ସମ୍ବଲପୁର: ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଥିବା ସମ୍ବଲପୁରୀ ‘ରଙ୍ଗବତୀ’ ଗୀତର ମୂଳ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍ ୨୦୧୯ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଜିତେନ୍ଦ୍ରୀୟ ସମ୍ବଲପୁର ଲୋକସଭା କିମ୍ବା ଜିଲ୍ଲାର ଯେକୌଣସି ବିଧାନସଭା ଆସନରୁ ସ୍ୱାଧୀନ ୍ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ସାଧାରଣତଃ ସମଗ୍ର ପଶ୍ଚିମାଞ୍ଚଳରେ ବେଶ୍ ଜଣାଶୁଣା ।

ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ୩ୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୩ ତାରିଖରେ ମତଦାନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.