Latest Odisha News

BREAKING NEWS

ହକ୍କାନୀ ନେଟୱର୍କ ସହ ବିବାଦ ପରେ ଆଫଗାନିସ୍ତାନ ଛାଡିଲେ ବରାଦର !

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାର ସପ୍ତାହେ ବିତି ନ ଥିବା ବେଳେ ହକ୍କାନୀ ନେଟୱର୍କ ଓ ମୁଲ୍ଲା ଅବଦୁଲ ଗନୀ ବରାଦର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିବାରେ ଲାଗିଛି । ଏପରିକି ଅଶାନ୍ତି ଜୋର ଧରିବାରୁ ଉପ ପ୍ରଧାନମନ୍ତ୍ରୀ ବରାଦର ଆଫଗାନିସ୍ତାନ ଛାଡି ପଳାଇଥିବା ଖବର ସମ୍ମୁଖକୁ ଆସିଛି । ହକ୍କାନୀ ନେଟୱର୍କ ମୁଖ୍ୟ ଖଲୀଲ ଉର ରହେମାନ ଓ ବରାଦରଙ୍କ ମଧ୍ୟରେ କୌଣସି କାରଣ ନେଇ ପ୍ରବଳ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ବରାଦର କାବୁଲ ଛାଡି ପଳାଇଥିଲେ ।

ସପ୍ତାହ ତଳେ ବରାଦରଙ୍କ ଉପରେ ଆକ୍ରମଣ ହେବା ଏବଂ ଏଥିରେ ସେ ମୃତ୍ୟୁବରଣ କରିଥିବା ଖବର ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଥିଲା । ଏହା ପରେ ତାଲିବାନ ତାଙ୍କି ଅଡିଓ ମେସେଜ ଜାରୀ କରିଥିଲା । ଏ ସବୁ ସତ୍ୱେ ବରାଦର ସମ୍ମୁଖକୁ ନ ଆସିବା ଏବେ ବି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.