Latest Odisha News

BREAKING NEWS

ଭଦ୍ରକରେ ଚିନ୍ତା ବଢ଼ାଇଲା ବୈତରଣୀ, ୯ ପଞ୍ଚାୟତରେ ପଶିଲା ପାଣି

ଭଦ୍ରକ : ବର୍ଷା କମିଲା, ହେଲେ ବିପଦ ଆଣିଲା ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ବୈତରଣୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବୈତରଣୀରେ ଜଳସ୍ତର ବଢିବା ପରେ ଏବେ ଚିନ୍ତାରେ ତଳି ଅଞ୍ଚଳର ଲୋକେ । କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତି ଆଡକୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି । ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତର ନୌରଙ୍ଗପୁର ଗାଁ ରାସ୍ତାରେ ବନ୍ୟା ଜଳ ଚାଲୁଥିବାରୁ, ଗାଁ ଲୋକଙ୍କ ଗମନା ଗମନରେ ସମସ୍ୟା ଦେଖାଦେଇଛି ।

ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ନୌରଙ୍ଗପୁର ଗାଁ । ସେହିପରି ଦେଉଳପଦି ଗାଁ ରାସ୍ତାରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି । ଭଦ୍ରକ ଆଖଣ୍ଡଳମଣି ରାସ୍ତାର ଅସୁରାଳି ରେବ ପୋଲ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ୍ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିଛନ୍ତି । ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଭଣ୍ଡାରିପୋଖରୀ ଓ ଧାମନଗରରେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ମୁତୟନ କରାଯାଇଛି ।

Leave A Reply

Your email address will not be published.