Latest Odisha News

BREAKING NEWS

ସ୍କୁଟି-ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ଜଣେ ଆହତ

ରାୟଗଡ଼ା: ଖାଲଖମା ରାସ୍ତାରେ ଦୁର୍ଘଟଣା ନେଲା ଜଣଙ୍କର ଜୀବନ । ଆଉ ଜଣେ ଆହତ ହୋଇଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା ସହରରେ ଥିବା ଫ୍ଲାଏଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ସ୍କୁଟି ସହ ଟ୍ରାକ୍ଟରର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକ ହେଲେ ଡି.ମୁନା (୪୫) ଓ ଆହତ ଏସ.ହରୀଶ(୨୧) । ଉଭୟଙ୍କ ଘର ରାୟଗଡ଼ା ସହରର ରମା ଟକିଜ୍ ନିକଟରେ । ଗୋଟିଏ ସ୍କୁଟିରେ ଦୁହେଁ ଫ୍ଲାଏଓଭର ଉପରେ ଯାଉଥିଲେ ।

ଓଭର ବ୍ରିଜ ସାରା ଗାତ ହୋଇ ମରଣ ଯନ୍ତା ପାଲଟିଛି । ଏକ ବଡ଼ ଖାଲ ନିକଟ ଦେଇ ପାର ହେବା ବେଳେ ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଦୁହେଁ ସ୍କୁଟିରୁ ଖସି ପଡ଼ି ଗୁରୁତର ହୋଇଥିଲେ ।

ସେମାନଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ମୁନାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଛି ।

Leave A Reply

Your email address will not be published.