Latest Odisha News

ଚତୁର୍ଥ ଥର ଟିକାକରଣରେ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ଚତୁର୍ଥ ଥର ଟିକାକରଣରେ ରେକର୍ଡ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟକାକରଣ କରି ନୂଆ ମାଇଲଖୁଣ୍ଟ ହାସଲ କରିଛି।

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ‌େରେ ଟିକାକରଣ ବେଗକୁ ଆହୁରି କ୍ଷୀପ୍ର କରାଯାଇଛି।

ଶୁକ୍ରବାର ସକାଳ ସୁଦ୍ଧା ଭାରତରେ କୋଭିଡ-୧୯ ଟିକା ର ୭୭ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି।

ଅଗଷ୍ଟ ୩୧ ରେ, ଭାରତ ୧.୩୦ କୋଟିରୁ ଅଧିକ ଡୋଜ ଟିକାକରଣ କରିଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଦିନିକିଆ ଟିକାକରଣ ରେକର୍ଡ ଥିଲା। ଚଳିତ ବର୍ଷ ଅଗଷ୍ଟ ୨୭ ରେ ଭାରତ ପ୍ରଥମ ଥର ପାଇଁ ଏକ କୋଟି ଡୋଜ ଟିକାକରଣ କରି ମାଇଲଖୁଣ୍ଟ ହାସଲ କରିଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଟ୍ୱିଟରରେ କହିଛନ୍ତି ଯେ ପିଏମ ମୋଦୀଙ୍କ ଜନ୍ମଦିନରେ ପ୍ରତି ମିନିଟରେ ୪୨ ହଜାର ଲୋକଙ୍କୁ ଟିକା ଦିଆଯାଉଛି କିମ୍ବା ପ୍ରତି ସେକେଣ୍ଡରେ ୭୦୦ ଲୋକଙ୍କୁ ଟିକା ଦିଆଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି ବେଗରେ ଆଜି ୨୫ ନିୟୁତ ଟିକା ଦିଆଯାଇପାରିବ।

Comments are closed.