ନୂଆଦିଲ୍ଲୀ: ବିଶ୍ୱକପ ପରେ ଟି୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ବିରାଟ କୋହଲି ଘୋଷଣା କରି ସାରିଛନ୍ତି । ଭାରତୀୟ କ୍ରିକେଟର ଏହି ଘଡିସନ୍ଧି ମୂହର୍ତରେ ଆଉ ଏକ ଖବର ଚର୍ଚ୍ଚାର କାରଣ ସାଜିଛି । ଏଥିରେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବା ପାଇଁ କୋହଲି ଚୟନ କମିଟିଙ୍କୁ ସୁପାରିଶ କରିଥିଲେ ବୋଲି ପିଟିଆରେ ଖବର ପ୍ରକାଶ ପାଇଛି । ରୋହିତଙ୍କୁ ୩୪ ବର୍ଷ ବୟସ ହୋଇଗଲାଣି ତାଙ୍କ ସ୍ଥାନରେ କେଏଲ ରାହୁଲ ଓ ରିଷଭ ପନ୍ତଙ୍କୁ ଉପ ଅଧିନାୟକ କରାଯାଉ ବୋଲି କୋହଲି ପ୍ରସ୍ତାବ ଦେଇଥିଲେ । ଚୟନ କମିଟି ତାଙ୍କ କଥା ଗୁରୁତ୍ୱ ଦେଇ ନ ଥିଲେ । ସେମାନେ ଅନୁଭବ କରିଥିଲେ କୋହଲି ତାଙ୍କ ଉତରାଧିକାରୀ ଭାବେ କାହାକୁ ଚାହୁଁ ନାହାନ୍ତି ।
କୋହଲି ଜୁନିୟର ଖେଳାଳିଙ୍କ ପ୍ରତି ସେତେ ପାରଦର୍ଶୀ ନୁହେଁ ବୋଲି ଜଣେ ପୂର୍ବତନ କ୍ରିକେଟର କହିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ସହ ଜଣେ ଖେଳାଳି ଯେତେବେଳେ ଚାହୁଁଥିଲା ଭେଟି ପାରୁଥିଲା ମାତ୍ର ପଡିଆ ବାହାରେ ସେମାନେ କୋହଲିଙ୍କ ନିକଟକୁ ଯାଇପାରୁ ନ ଥିଲେ ।
Comments are closed.