Latest Odisha News

BREAKING NEWS

ଜଳେଶ୍ୱରରୁ ବିପୁଳ ବ୍ରାଉନସୁଗର ଜବତ, ମହିଳାଙ୍କ ସମେତ ୪ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଜବତ ହୋଇଛି ଧଳା ଜହର। ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଝାଡେଶ୍ୱରପୁର ଅଞ୍ଚଳରେ ସେକ ନୁରହୁସେନ ଘରେ ଚଢ଼ାଉ ହୋଇଥିଲା ।

ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଛି ୧୫୦ ଗ୍ରାମ୍‌ରୁ ଅଧିକ ବ୍ରାଉନ ସୁଗର । ସେକ ନୁରହୁସେନଙ୍କର ସ୍ତ୍ରୀ ସହିତ ୨ ପୁଅ ସେକ ଭିକାରୀ ଓ ସେକ ରାଜାଙ୍କୁ ବି ପୋଲିସ ପଚରାଉଚରା କରୁଛି । ଏହା ପୂର୍ବରୁ ଗତକାଲି ରାଜପୁର ଅଞ୍ଚଳରେ ଚଢାଉ କରି କିଙ୍ଗପିନ୍ ସେକ ମମତାଜକୁ ଗିରଫ କରିବା ସହ ୨୦୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ କରିଥିଲା ପୋଲିସ ।

Leave A Reply

Your email address will not be published.