କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ତାଙ୍କୁ ପଦ ହରାଇବାକୁ ପଡିଥିଲା । ଏଥନେଇ ସେ ଅସନ୍ତୁଷ୍ଟ ଥିଲେ ।
ଅନ୍ୟ କୌଣସି ଦଳକୁ ଯିବେ ନାହିଁ ବୋଲି କହିଥିବା ବାବୁଲ କିନ୍ତୁ ମମତା ବନାର୍ଜୀଙ୍କ ଟିଏମସିରେ ସାମିଲ ହେବା ସମସ୍ତଙ୍କୁ ଅଶ୍ଚର୍ଯ୍ୟ ଚକିତ କରିଛି । ଅଭିଷେକ ବାନାର୍ଜୀ ଓ ଡେରେକ ଓବ୍ରେନଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗ ଦେଇଛନ୍ତି ।
Comments are closed.