Latest Odisha News

BREAKING NEWS

ପାରଳା ACF ମୃତ୍ୟୁ ମାମଲା: ଆଜି ହୋଇପାରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର: ପାରଳାଖାମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଆଜି ହୋଇପାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ । ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବରେ ଟେଷ୍ଟ ହୋଇପାରେ । ପୂର୍ବରୁ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକସନ୍ ଟେଷ୍ଟ ହୋଇଛି ।

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ, ଗଜପତି ଡିଏଫଓ ଏବଂ ରୋଷେୟାଙ୍କ ନାଁରେ ମାମଲା ରୁଜୁ କରିଥିଲେ ସୌମ୍ୟଙ୍କ ବାପା । ଏମାନଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଦଫା ଲାଗିଛି । ପୂର୍ବରୁ ଏହି ତିନି ଜଣଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ । ଏବେ ଲାଏ ଡିଟେକସନ୍ ଟେଷ୍ଟ କରାଯାଉଛି ।

କିଛି କଥା ଲୁଚାଉଥିଲେ ଲାଏ ଡିଟେକସନ୍ ଟେଷ୍ଟରେ ଧରାପଡ଼ିବ । ରିପୋର୍ଟ ଆଧାରରେ ତଦନ୍ତର ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରିବ କ୍ରାଇମବ୍ରାଞ୍ଚ । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୁଇ ମାସ ବିତିଲାଣି । ତଥାପି ଜଣା ପଡିନି ତାଙ୍କର ମୃତ୍ୟୁ ରହସ୍ୟ । ସସପେନ୍ସ ଉପରୁ କେବେ ହଟିବ ପରଦା, ତାଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.