Latest Odisha News

BREAKING NEWS

ଆଇପିଏଲ୍ ମହାସମର: ମୁମ୍ୱାଇକୁ ହରାଇଲା ଚେନ୍ନାଇ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ୱିତୀୟ ପର୍ୟ୍ୟାୟ ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍ । ୨୦ ରନରେ ବିଜୟୀ ହୋଇଛି ଟିମ୍ ଧୋନି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୫୬ ରନ୍ କରିଥିଲା ।

୧୫୭ ରନ୍ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ୱାଇ ୮ ଓ୍ୱିକେଟରେ ୧୩୬ ରନ୍ କରି ପାରିଥିଲା । ଏହି ବିଜୟ ସହ ଚେନ୍ନାଇ ଆଇପିଏଲ୍ ପଏଣ୍ଟ ତାଲିକାର ଟପ୍ ପୋଜିସନରେ ରହିଛି ।

ମୁମ୍ୱାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ମାତ୍ର ୪୦ ରନରେ ୩ ଓ୍ୱିକେଟ ହରାଇଥିଲା । କ୍ୱିଣ୍ଟନ ଡିକକ(୧୭), ଅନମୋଲପ୍ରୀତ ସିଂହ(୧୬) ଓ ସୂର୍ଯ୍ୟକୁମାର ଯାଦବ(୩) ରନ୍ କରି ଆଉଟ୍ ହୋଇଥିଲେ । ମୁମ୍ୱାଇକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଚେନ୍ନାଇ ବୋଲର ଦୀପକ ଚହର ।

ପରେ ସୌରଭ ତିଓ୍ୱାରୀ ଓ କ୍ୟାପଟେନ୍ କେରଣ ପୋଲାର୍ଡ ମୁମ୍ୱାଇର ପାଳି ସମ୍ଭାଳିଥିଲେ ବି ମ୍ୟାଚ୍ ଜିତାଇ ପାରି ନଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମହେନ୍ଦ୍ର ସିଂହ ଧୋନି । ଚେନ୍ନାଇ ଓପନର ଋତୁରାଜ ଗାଏକ୍ୱାଡଙ୍କ ଅପରାଜିତ ଅର୍ଦ୍ଧଶତକ(୮୮ ରନ୍) ଓ ଡ୍ୱେନ୍ ବ୍ରାଭୋ (୮ ବଲରେ ୨୩ ରନ୍)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୧୫୬ ରନ୍ କରି ପାରିଥିଲା ।

Leave A Reply

Your email address will not be published.