Latest Odisha News

BREAKING NEWS

ଜୟପୁରରେ ବ୍ରାଉନସୁଗାର ଜବତ ,୩ ଅଭିଯୁକ୍ତ ଗିରଫ

ଜୟପୁର : ଜୟପୁର ଟାଉନ ଥାନା ପୋଲିସକୁ ସଫଳତା । ବ୍ରାଉନସୁଗାର ଜବତ କଲା ଜୟପୁର ଟାଉନ ଥାନା ପୋଲିସ । ଗେଟଗୁଡା ନିକଟ ଆମ୍ବାତୋଟାରେ ପୋଲିସ ଚଢଉ କରି ବ୍ରାଉନ ସୁଗାରକୁ ଜବତ କରିଛି । ଏହା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୨.୭୧ ଗ୍ରାମ ବ୍ରାଉନସୁଗାର ପୋଲିସ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୧ ହଜାର ପାଖାପାଖି ଟଙ୍କା ହେବ । ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୧୪ ହଜାର ଟଙ୍କା ,୩ ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି ପୋଲିସ ।

ଏହି ବ୍ରାଉନସୁଗାର କାଗଜରେ ପ୍ୟାକିଂ କରୁଥିବା ସମୟରେ ପୋଲିସ ଚଢଉ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଜୟପୁର ସହର ପାରାବେଢ଼ାର ଶିଶିର କୁମାର ବେହେରା,କୁମ୍ଭାର ସାହିର ଶୁଭମ୍ ପଣ୍ଡା ଓ ପାରାବେଡା ଏଲଆଇସି କଲୋନିର ଶ୍ରୀହରି ବିଶୋୟୀ । ଶିଶିର ଆଇଟିଆଇ ପଢ଼ୁଥିବା ବେଳେ ଶ୍ରୀହରୀ ଯୁକ୍ତ ଦୁଇ ପଢ଼ୁଥିବା ଜଣାପଡ଼ିଛି।ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଏନେଇ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.