Latest Odisha News

BREAKING NEWS

୧୧୯ଟି ଅଶ୍ଳୀଳ ଭିଡିଓକୁ ୯ କୋଟିରେ ବିକ୍ରି କରିଥାନ୍ତେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ଗିରଫ ହୋଇଥିବା ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ସୋମବାର ଜାମିନ ମିଳିଲା। ଯାହା ପରେ ସେ ଆଜି ଜେଲରୁ ମୁକୁଳି‌ଛନ୍ତି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରକାଶ କରିଛି ଯେ ସେମାନେ ରାଜ କୁନ୍ଦ୍ରାଙ୍କ ଠାରୁ ୧୧୯ ଟି ଅଶ୍ଳୀଳ ଭିଡିଓ ପାଇଛନ୍ତି, ଯାହାକୁ ସେ ୯ କୋଟିରେ ବିକ୍ରି କରିଥାନ୍ତେ।

ସୂଚନା ଅନୁଯାୟୀ ମୁମ୍ବାଇ ପୋଲିସର କ୍ରାଇମ ଶାଖା କହିଛି ଯେ ଅନୁସନ୍ଧାନ ବେଳେ (ଅଶ୍ଳୀଳ ମାମଲାରେ) ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ମୋବାଇଲ୍, ଲାପଟପ୍ ଏବଂ ହାର୍ଡ ଡିସ୍କରୁ ପୋଲିସ ୧୧୯ ଟି ଅଶ୍ଳୀଳ ଭିଡିଓ ଜବତ କରିଛି। ସେ ଏହି ଭିଡିଓଗୁଡ଼ିକୁ ୯ କୋଟିରେ ବିକ୍ରି କରିବାକୁ ଯୋଜନା କରିଥିଲେ।

Comments are closed.