ନୂଆଦିଲ୍ଲୀ: ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ରହସ୍ୟମୟ ମୃତ୍ୟୁ ଏବେ ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଏଥିନେଇ ରାଜନୈତିକ ଖେଳ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତଦନ୍ତ କରୁଥିବା ପୋଲିସକୁ ଏବେ ବି କେତେକ ପ୍ରଶ୍ନର ଉତର ମିଳୁନି । ଯାହା ଫଳରେ କେସଟି ରହସ୍ୟମୟ ହୋଇଉଠିଛି । ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡିକ କ’ଣ ?
୧. ସୁଇସାଇଡ ନୋଟରେ ଆଦିତ୍ୟ ତିୱାରୀ, ସନ୍ଦୀପ ତିୱାରୀ ଓ ଆନନ୍ଦ ଗିରିଙ୍କ ନାମ ଥିଲା । କେବଳ ଆନନ୍ଦଙ୍କ ନାମରେ କାହିଁକି ଏଫଆଇଆର ରୁଜୁ କରାଯାଇଛି ।
୨. ପୋଲିସ ପଂହଚିବା ପୂର୍ବରୁ ତରବରିଆ ଭାବେ କାହିଁକି ରସି କଟାଯାଇ ଶବକୁ ତଳେ ରଖାଯାଇଥିଲା ।
୩.ଆତ୍ମହତ୍ୟା ଦିନକ ପୂର୍ବରୁ ମହନ୍ତ କାହିଁକି ରସି ମଗାଇଥିଲେ ।
୪. ମହନ୍ତ ଲେଖି ଜାଣି ନ ଥିଲେ ବୋଲି କେତେ ଜଣ ଶିଷ୍ୟ କହିଛନ୍ତି । ତାହାହେଲେ ସୁସାଇଡ ନୋଟ ଲେଖିଲା କିଏ ।
୫. ଆନନ୍ଦ ଗିରି ଡେରାଡୁନରେ ଥିଲେ ମଧ୍ୟ ତାଙ୍କୁ କାହିଁକି ବେଶୀ ସନ୍ଦେହ କରାଯାଉଛି ।
୬. ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନେକ ବଡ ବଡ ନେତାଙ୍କ ସହ ମହନ୍ତଙ୍କ ଭଲ ସମ୍ପର୍କ ଥିଲା । ତାହାହେଲେ ତାଙ୍କ ଉପରେ କିଏ ଚାପ ପକାଉଥିଲା ।
୭. ସେ ପୋଲିସ, ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟମାନଙ୍କ ସହଯୋଗ କାହିଁକି ନେଉ ନ ଥିଲେ ।
୮. ତାଙ୍କୁ ବାରମ୍ବାର କିଏ ଅପମାନିତ କରୁଥିଲା ।
ଏହି ପ୍ରଶ୍ନଗୁଡିକର ଉତର ମିଳିଗଲେ ଏହି ରହସ୍ୟମୟ ମୃତ୍ୟୁ ଉପରୁ ପରାଦା ଉଠିପାରିବ ବୋଲି ଆଶା କରାଯାଉଛି ।
Comments are closed.