Latest Odisha News

BREAKING NEWS

ବିଭିନ୍ନ ଦାବି ନେଇ ଏକାଠି ହେଲେ ଶହ ଶହ ଅଙ୍ଗନୱାଡି କର୍ମୀ

କେନ୍ଦୁଝର :ଆନ୍ଦୋଳନର ଧମକ ଦେଲେ ଅଙ୍ଗନୱାଡି କର୍ମୀ । ୫ ଦଫା ଦାବିନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ୍ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପ୍ରତ୍ୟେକ ଶିଶୁଙ୍କୁ ରନ୍ଧାଖାଦ୍ୟ ଦେବାପାଇଁ ମିଳୁଛି ୫ ଟଙ୍କା ହେଲେ ଅଣ୍ଡା ଗୋଟାଏର ଦାମ ୮ ଟଙ୍କା ହେଲାଣି । ସେହିପରି ତେଲ ଡାଲି କଥା ନ କହିବା ଭଲ। ମିଳୁଥିବା ଅର୍ଥ ଅନୁଯାୟୀ ଶିଶୁଙ୍କୁ ଖାଦ୍ୟ ଯୋଗାଇବା ଅସମ୍ଭବ ବୋଲି ଅଙ୍ଗନୱାଡି କର୍ମୀମାନେ କହିଛନ୍ତି ।

ଯଦି ଏଥିରେ କିଛି କାଣ୍ଟ ଛାଣ୍ଟ କରାଯାଇ ପିଲାଙ୍କୁ ଦିଆଯାଉଛି । ତେବେ ସେହି ଦିଦିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ତୃଣମୂଳ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବାରେ ଅଙ୍ଗନୱାଡି କର୍ମାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏତେ ସବୁ ସେମାନେ କରିବା ପରେ ମଧ୍ୟ ମିଳୁଥିବା ଦରମା ବହୁତ କମ୍ । ଏହି ପରି ବିଭିନ୍ନ ଦାବି ନେଇ ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ୍ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ଯଦି ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ନଦିଅନ୍ତି ତେବେ ଆନ୍ଦୋଳନ ତିବ୍ରତର ହେବ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି। ଅଙ୍ଗନୱାଡି କର୍ମୀ କେନ୍ଦ୍ରକୁ ଗ୍ୟାସ ପାଇଁ ୫୦୦ ଶହ ଟଙ୍କା ଆସୁଥିବା ବେଳେ ଗ୍ୟାସ ଦର ବୃଦ୍ଧି ପାଇ ୯୨୦ ରେ ପହଁଚିଲାଣି । ଅଣ୍ଡାପାଇଁ ୫ ଟଙ୍କା ଆସୁଥିବା ବେଳେ ଅଣ୍ଡା ଦାମ ବୃଦ୍ଧି ପାଇ ୮ ଟଙ୍କା ହୋଇଛି । ସେହିପରି ବାଂଶପାଳ ବ୍ଲକର ଅଙ୍ଗନୱାର୍ଡି କର୍ମୀଙ୍କୁ ବହିଷ୍କାର କରାଯାଇଛି ତାଙ୍କୁ ପୁନଃ ନିଯୁକ୍ତି କରାଯାଉ ବୋଲି ଦାବି ହୋଇଛି ।

ପ୍ରାକ୍ ଶିଶୁମାନଙ୍କ ନିମନ୍ତେ ଦିଆଯାଉଥିବା ଗରମ ରନ୍ଧା ଖାଦ୍ୟର ମୂଲ୍ୟବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିଶ କରାଯାଉ । ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ଟଙ୍କା ଅଙ୍ଗନୱାର୍ଡି କର୍ମୀମାନଙ୍କୁ ନିଜ ହିସାବରେ କିଣିବାକୁ ଅନୁମତି ଦିଆଯାଉ। ନଚେତ୍ ସିଡିପିଓଙ୍କ ଆକାଉଣ୍ଟକୁ ଦିଆଯାଉ। ମିନି ଅଙ୍ଗନୱାର୍ଡି କେନ୍ଦ୍ରକୁ ମେନ୍ ଅଙ୍ଗନୱାର୍ଡି କେନ୍ଦ୍ରରେ ପରିଣତ କରିବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.