Latest Odisha News

BREAKING NEWS

ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ: ବାଳକ ବିଭାଗରେ ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ । ଓଡିଶା ବାଳକ ଦଳ ବିଜୟ ସହ ସେମାନଙ୍କ ଅଭିଯାନ ସ୍ୱତନ୍ତ୍ର ଷ୍ଟାଇଲରେ ଆରମ୍ଭ କରିଛନ୍ତି । ଓଡିଶା ୨୨ ପଂଏଟ ଏବଂ ଗୋଟିଏ ଇନିଂସରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଓଭରାଲ ଓଡିଶା ୨୮ ଏବଂ ଏମପି ୬ ପଂଏଟ ସ୍କୋର କରିଥିଲା । ବାଳକ ବିଭାଗର ଅନ୍ୟ ମୁକାବିଲାରେ ଆନ୍ଧ୍ରପ୍ରଦେଶ ୧୨ ପଂଏଟରେ ଅରୁଣାଚଳ ପ୍ରଦେଶକୁ, ମହାରାଷ୍ଟ୍ର ୨୬ ପଂଏଟରେ ନାଗାଲାଣ୍ଡକୁ ଓ ପୁଡୁଚେରୀ ୯ ପଂଏଟରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି । ରାଜସ୍ଥାନ ୭ ପଂଏଟରେ ଉତରାଖଣ୍ଡକୁ ଏବଂ କେରଳ ୨୧ ପଂଏଟରେ ଦାଦ୍ରା ନାଗର ହାଭେଳୀକୁ ହରାଇଛି । ବାଳିକା ବିଭାଗରେ ଦିଲ୍ଲୀ ୨୩ ପଂଏଟରେ ଅରୁଣାଚଳ ପ୍ରଦେଶକୁ, ପଞ୍ଜାବ ୩୪ ପଂଏଟରେ ଦାଦ୍ରା ନାଗର ହାଭେଳୀକୁ ଏବଂ ଉତରାଖଣ୍ଡ ୭ ପଂଏଟରେ ବିହାରକୁ ହରାଇ ଦେଇଛି ।

Leave A Reply

Your email address will not be published.