Latest Odisha News

BREAKING NEWS

ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ୍‌, ଆକ୍ସନ ମୋଡରେ ମାଲକାନଗିରି ପୋଲିସ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଭଦ୍ରମୁଖା ସମାଜର କୁତ୍ସିତ ଚେହେରା । ଜଙ୍ଗଲ ମଝିରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୁରତ୍ତ୍ୱର ଭିଡିଓ ଉତ୍ତୋଳନ କରି କିଛି ଯୁବକ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏଭଳି ଏକ ଘୃଣ୍ୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ।

ମିଳିଥିବା ରିପୋର୍ଟ ଅନୁଯାୟୀ ଜିଲ୍ଲାର ପଦ୍ମଗିରି ରାସ୍ତା ପାଖ ଜଙ୍ଗଲରେ ପ୍ରେମୀଯୁଗଳ ପରସ୍ପର ମଧ୍ୟରେ ନ୍ୟସ୍ତ ଥିଲେ । ସହି ସମୟରେ ସେଠାରେ କିଛି ଯୁବକ ପହଂଚି ସେମାନଙ୍କୁ ମାରଧର କରିଥିଲେ । ଯୁବକ ଓ ଯୁବତୀ ଜଣକ ପରସ୍ପରକୁ ପ୍ରେମ କରୁଥିବା କହି ଯେତେ ନେହୁରା ହୋଇଥିଲେ ବି ସ୍ଥାନୀୟ ଯୁବକମାନେ କିନ୍ତୁ ସତେ ଯେମିତି ସଇତାନ ପାଲଟିଥିଲେ ।

ଯୁବତୀଙ୍କ ପୋଷାକ ଛଡାଇନେବା ସହ ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ବି ପଛାଇନଥିଲେ । ଶେଷରେ ସୋମାନଙ୍କ ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିଥିଲେ । ଭିଡିଓଟି ମାଲକାନଗିରି ପୋଲିସ ନିକଟରେ ପହଂଚିବା ପରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ମାଲକାନଗିରି ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.