Latest Odisha News

BREAKING NEWS

ଓଡ଼ିଆ ଛାତ୍ରଙ୍କ କମାଲ୍, ମିନି ଫ୍ରିଜ୍ ତିଆରି କରି ସାଉଁଟିଲେ ପ୍ରଶଂସା

ଭଦ୍ରକ: କିଛି ନୂଆ କରିବାର ନିଶା ଦେଲା ଏକ ସ୍ୱତନ୍ତ୍ର ପରିଚୟ । ମିନି ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ । ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର କମଳ କିଶୋର ମାଝୀ । କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡ଼ପୁଅ କମଲ । କମଳ ବର୍ତ୍ତମାନ ବିଟେକ୍ ଦ୍ଵିତୀୟ ବର୍ଷର ଛାତ୍ର। ସବୁବେଳେ କିଛି ନା କିଛି ନୂଆ ଆବିଷ୍କାର ନେଇ ଚର୍ଚ୍ଚାକୁ ଆସିଥାନ୍ତି । ହେଲେ ଏବେ ଏହି ମିନି ଫ୍ରିଜ୍ କରି ଅନେକ ଚର୍ଚ୍ଚା ସାଉଁଟିଛନ୍ତି ।

କରୋନା କାଳରେ ଜୀବନ ରକ୍ଷା ପାଇଁ ଜାରି ରହିଥିବା ଟୀକା କରଣର ମୁଖ୍ୟ ସମସ୍ୟା ପାଲଟିଥିଲା ସରଂକ୍ଷଣ । ଯାହାକୁ ନେଇ ବାହାରକରିଥିଲେ ସମାଧାନର ସୂତ୍ର ଭାବେ ଏହି ଫ୍ରିଜ୍ । ୧୧୩୫ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମେସିନଟି ବହୁତ ଛୋଟ । ହେଲେ ଅପହଞ୍ଚ ଇଲାକାରେ ବି ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ହୋଇଛି । ଏହି SMALLEST FUNCTIONAL REFRIGERATOR ଔଷଧ ରଖିବା ସହ ଭ୍ୟାକସିନକୁ ସୁରକ୍ଷିତ ଭାବେ ରଖା ଯାଇ ପାରିବ । ବିଦ୍ୟୁତ ନଥିଲେ ମାତ୍ର ୧୨ ଭୋଲଟ ଦ୍ୱାରା ଏହା ଚାର୍ଜ ହୋଇପାରୁଛି । ପାଣିକୁ ଥଣ୍ଡା କରିବା ପାଇଁ ମାତ୍ର କିଛି ମିନିଟ ଲାଗୁଥିବା ବେଳେ ଏକ ଘଣ୍ଟା ସମୟରେ ପାଣି ବରଫ ହେଉଛି ।

ମିନି ଫ୍ରିଜ୍ ତିଆରି କରିବାରେ କମଲଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ତାଙ୍କ ସାନ ଭାଇ । ତାଙ୍କ ଏହି ନୂଆ ଆବିଷ୍କାର ନେଇ ପରିବାରରୁ ନେଇ ବିଭିନ୍ନ ମହଲରୁ କମଲଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।

 

Leave A Reply

Your email address will not be published.