Latest Odisha News

BREAKING NEWS

ଭାରତକୁ ଅକସରେ ସାମିଲ କରିବାକୁ ମନା କଲା ଆମେରିକା

ୱାଶିଂଟନ: ଭାରତକୁ ଅକସରେ ସାମିଲ କରାଯିବନି ବୋଲି ଆଜି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗର ସୁରକ୍ଷା ପାଇଁ ଚୁକ୍ତି କରାଯାଇଛି । ଏଥିରେ ଭାରତ ଓ ଜାପାନକୁ ସାମିଲ କରାଯିବନି । କ୍ୱାଡ ବୈଠକ ପୂର୍ବରୁ ଆମେରିକାର ଏହି ନିଷ୍ପତି ଭାରତକୁ କିଛି ମାତ୍ରାରେ ନିରାଶ କରିଛି ।

ଭାରତ-ପ୍ରଶାନ୍ତ ମହାସାଗର ଚୀନର ବଢ଼ୁଥିବା ପ୍ରଭାବ ମଧ୍ୟରେ ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେପ୍ଟେମ୍ବର ୧୫ରେ ଏହି ପ୍ରତିରକ୍ଷା ଚୁକ୍ତିର ଘୋଷଣା କରାଯାଇଥିଲା । ଏଥିରେ ଅନ୍ୟ କୌଣସି ଦେଶକୁ ସାମିଲ କରାଯିବ ନାହିଁ ବୋଲି ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ।

Comments are closed.