Latest Odisha News

BREAKING NEWS

ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର :ପ୍ରାଥମିକ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଏଯାଏ ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ। ବିଭିନ୍ନ ବିଭାଗରୁ ପ୍ରସ୍ତାବ ଆସୁଛି । ସରକାର ନିଷ୍ପତି ନେଇନାହାନ୍ତି । ପିଲାମାନଙ୍କ ବ୍ୟସ୍ତତା ବୃଦ୍ଧି ପାଇଲାଣି । ପୂଜା ପାଇଁ ହାଇକୋର୍ଟ ବି ମୂର୍ତ୍ତି ବିସର୍ଜନ ବିଷୟରେ ରାଜ୍ୟ ସରାକାରଙ୍କ ନିଷ୍ପତିକୁ ଠିକ୍ କହିଲେ । ସବୁ ଦିଗକୁ ନେଇ ବିଚାର ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପଟେ ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ଭିତରେ ଯଦି କୋରୋନା ସଂକ୍ରମଣ ବୃଦ୍ଧି ନହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଦୁଇ ଦିନ ତଳେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଥିଲ। । ରାଜ୍ୟ ସରକାର ଏ ଦିଗରେ ଚୁଡାନ୍ତ ନିଷ୍ପତି ନେବେ ।

କ୍ୟାମ୍ପସ ସହ କ୍ଲାସ ରୁମ ସଫା କରିବା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି । ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଶିକ୍ଷୟତ୍ରୀ ଗାଁ ,ବସ୍ତି ଆଦିକୁ ଯାଇ ପିଲାମାନଙ୍କୁ ପଢ଼ାନ୍ତୁ । ମାଲକାନଗିରି,ଖୋର୍ଦ୍ଧା, ସୋନପୁର ଆଦି ଜିଲ୍ଲାରେ ଏପରି ଶିକ୍ଷାଦାନ ଚାଲିଛି । ହେଲ ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତିକୁ ସମସ୍ତ ଅଭିଭାବକ ସଂଘ ଓ ସ୍କୁଲ ପିଲାମାନେ ଅପେକ୍ଷା କରିଛନ୍ତି । ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ପଡ଼ିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି ବୋଲି ବିଭିନ୍ନ ଅଭିଭାବକ ସଂଗଠନ ପକ୍ଷରୁ ଦାବି ହୋଇଛି ।

Comments are closed.