ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳି ବିନିମୟ ମାମଲାରେ ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗୁଳି ବିନିମୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦର ଗୋଗିଙ୍କ ସମେତ ଦୁଇ ଆକ୍ରମଣକାରୀଙ୍କ ମଧ୍ୟ ନିହତ ହୋଇଛନ୍ତି। ଅଭିଯୁକ୍ତମାନେ ଉମାଙ୍ଗ ଏବଂ ବିନୟ ବୋଲି ଜଣାପଡିଛି। କୋର୍ଟରେ ସ୍ଥାପିତ ସିସିଟିଭି କ୍ୟାମେରାର ଫୁଟେଜ ଆଧାରରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଦିଲ୍ଲୀ ପୋଲିସ କହିଛି ଯେ ଯୋଜନା ଅନୁଯାୟୀ ସୁଟ୍ଆଉଟ୍ ପୂର୍ବରୁ ଦୁଇ ଆକ୍ରମଣକାରୀଙ୍କୁ ଉମଙ୍ଗ ଏବଂ ବିନୟ ହିଁ କାର୍ରେ ରୋହିଣୀ କୋର୍ଟ ନେଇ ଯାଇଥିଲେ। ତେବେ ଯୋଜନାର ବିଫଳତା ହେତୁ ଉମଙ୍ଗ ଏକାକୀ ଗାଡିରେ ପଳାଇ ଯାଇଥିଲେ। ଏହି ଚାରି ଅଭିଯୁକ୍ତ ମଧ୍ୟ ଆକ୍ରମଣ ପାଇଁ କୋର୍ଟ ଯିବା ପୂର୍ବରୁ ଏକ ମଲ୍ରେ ଭେଟିଥିଲେ।
ସିସିଟିଭି ଫୁଟେଜରେ ରୋହିଣୀ କୋର୍ଟର ଗେଟ୍ ନଂ ୪ ରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବା ପରେ ଦିଲ୍ଲୀ ପୋଲିସ ବିନୟ ଏବଂ ଉମଙ୍ଗଙ୍କୁ ଗିରଫ କରିଛି।
Comments are closed.