Latest Odisha News

BREAKING NEWS

ସଂପୂର୍ଣ୍ଣ ଟିକାକରଣ କରିଥିବା ବ୍ୟକ୍ତିଙ୍କ ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ସଂପୂର୍ଣ୍ଣ ଭାବେ ଟିକାକରଣ କରିଛନ୍ତି ଏବଂ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି, କୋୱିନ୍‌ ସାର୍ଟିଫିକେଟ୍‌ରେ ସେମାନଙ୍କର ଜନ୍ମ ତାରିଖ ଉଲ୍ଳେଖ ରହିବ ବୋଲି ସ୍ଥିର କରିଛି ଭାରତ। କୋଭିଡ ଟିକାକରଣ ପ୍ରମାଣପତ୍ର ଉପରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ ଶନିବାର ଦିନ ଏହା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।

ଏହା ହୁର ମାନଦଣ୍ଡକୁ ପୂରଣ କରିବ ବୋଲି କୁହାଯାଉଛି। ଏହା ଆସନ୍ତା ସପ୍ତାହରୁ ଏହା ଉପଲବ୍ଧ ହେବାର ସମ୍ଭାବନା ଅଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, “କୋୱିନ୍‌ରେ ଏକ ନୂତନ ଫିଚର୍‌ ଯୋଡାଯିବ ଏଥିରେ ଯେଉଁମାନେ ସମ୍ପୂର୍ଣ୍ଣ ଟିକାକରଣ କରିଛନ୍ତି ଏବଂ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ଟିକାକରଣ ପ୍ରମାଣପତ୍ରରେ ପୂର୍ଣ୍ଣ ଜନ୍ମ ତାରିଖ ରହିବ।

Leave A Reply

Your email address will not be published.