ଭୁବନେଶ୍ୱର: କିଟ ଡିମଡ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ଖୋ ଖୋର ଉଭୟ ବାଳକ ଏବଂ ବାଳିକା ବିଭାଗରେ ଚାମ୍ପିୟନ ହୋଇଛି ମହାରାଷ୍ଟ୍ର । ଓଡିଶା ଉଭୟ ବିଭାଗରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ମହାରାଷ୍ଟ୍ର ବାଳକ ବିଭାଗ ଫାଇନାଲରେ ଦିଲ୍ଲୀକୁ ଏବଂ ବାଳିକା ବିଭାଗରେ କୋହ୍ଲାପୁରକୁ ପରାସ୍ତ କରିଥିଲା ।
ବାଳକ ବିଭାଗର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ପଶ୍ଚିମବଙ୍ଗକୁ ଆୟୋଜକ ଓଡିଶା ଏବଂ ବାଳିକା ବିଭାଗରେ କର୍ଣ୍ଣାଟକକୁ ହରାଇଥିଲା । ପୂର୍ବରୁ ସେମିଫାଇନାଲ ମୁକାବିଲାରେ ଓଡିଶା ଉଭୟ ବାଳକ ଏବଂ ବାଳିକା ବିଭାଗ ସେମିଫାଇନାଲରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇ ଯାଇଥିଲା । ଓଭରାଲ ୧୫,୨୦,୦୦୦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଓଡିଶାର ପବନି ସବାର ବାଳକ ବିଭାଗରେ ଶ୍ରେଷ୍ଠ ଚେଜର ବିବେଚିତ ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀର ରିତ୍ୱିକ (ବାଳକ, ଶ୍ରେଷ୍ଠ ଡିଫେଣ୍ଡର), ଆଦିତ୍ୟ କୁଡାଲେ (ଶ୍ରେଷ୍ଠ ଖେଳାଳି, ବାଳକ), ଭୃଷାଳୀ ଭୋୟେ (ଶ୍ରେଷ୍ଠ ଚେଜର, ମହାରାଷ୍ଟ୍ର), ବୈଷ୍ଣବୀ ପାୱାର (ଶ୍ରେଷ୍ଠ ଡିଫେଣ୍ଡର, କୋହ୍ଲାପୁର) ଓ ମହାରାଷ୍ଟ୍ରର ଅଶ୍ୱୀନ ସିନ୍ଧେ ଶ୍ରେଷ୍ଠ ବାଳିକା ଖେଳାଳି ବିବେଚିତ ହୋଇଥିଲେ । ଫାଇନାଲ ମ୍ୟାଚରେ ନାଲକୋ ଚେୟାରମ୍ୟାନ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆର.ଭିନିଲ କ୍ରିଷ୍ଣା, ଗଗନେନ୍ଦୁ ଦାସ, ଏମଏସ ତ୍ୟାଗୀ ଉପସ୍ଥିତ ଥିଲେ । ୫୩ ଟିମର ୬୦୦ ଆଥଲେଟ ଏହି ମେଗା ଇଭେଂଟରେ ଯୋଗ ଦେଇଥିଲେ ।
BREAKING NEWS
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
- ସିନେମା ଜଗତ ପାଇଁ ଦୁଃଖଦ ଖବର: ଆଉ ନାହାନ୍ତି ‘ଗଜନୀ’ର ଭିଲେନ୍
- ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
- ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ
- ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି
Comments are closed.