ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ । ଭୋଟରଙକ୍ ମନ ଜିଣିବାକୁ ଆଜି ଶେଷ ଉଦ୍ୟମ କରିବେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ଘମାସାନ ପ୍ରଚାର ଆରମ୍ଭ ହୋଇଛି । ଗାଁ ଗାଁ, ଘର ଘର ବୁଲି ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଛୋଟ ଛୋଟ ମହିଳା ସମାବେଶ କରୁଛି ଦଳ । ବିଜେଡିର ହେଭିଓ୍ୱେଟ୍ ନେତା କ୍ୟାମ୍ପେନ୍ ମୈଦାନରେ ରୁଦ୍ରଙ୍କ ପାଇଁ ସମର୍ଥନ ମାଗିଛନ୍ତି ।
ସେପଟେ ବିଜେପି ବି ପ୍ରଚାରକୁ ସରଗରମ କରିଛି । ଆଶ୍ରିତ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଭୋଟ୍ ଭିକ୍ଷା କରିଛନ୍ତି । ଆଜି ପ୍ରଚାର ସରୁଥିବାରୁ ଦମ୍ ଲଗାଇ ଦେଇଛନ୍ତି ବିଜେପି । ପୂର୍ବରୁ ଆଶ୍ରିତଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ହେଭିଓ୍ୱେଟ୍ ନେତା । ବିଜୟ ନେଇ ଆଶାବାଦୀ ଅଛନ୍ତି ଆଶ୍ରିତ ।
କଂଗ୍ରେସ ବି ପିପିଲି ଲଢ଼େଇର ଦମ୍ ଲଗେଇ ଦେଇଛି । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନିଜ ସମର୍ଥକଙ୍କ ଗହଣରେ ପ୍ରଚାର ଚଳାଇଛନ୍ତି । ଶେଷ ଦିନରେ ଡୋର୍ ଟୁ ଡୋର୍ ଓ ଗାଁ ଗାଁରେ ବୁଲି ଜନ ସମର୍ଥନ ମାଗିଛନ୍ତି । କଂଗ୍ରେସର ବହୁ ବରିଷ୍ଠ ନେତା ବି ବିଶ୍ୱକେଶନଙ୍କ ପାଇଁ ଭୋଟ୍ ମାଗିଛନ୍ତି ।
ଆସନ୍ତା ୩୦ ତାରିଖ ଦିନ ପିପିଲି ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ । ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍ । ଉପନିର୍ବାଚନ ପାଇଁ ୩୪୮ ବୁଥ୍ ବ୍ୟବସ୍ଥା କରାଯାଇଛି । ୨ଲକ୍ଷ ୨୯ହଜାର ୯୯୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୦ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଇବେ । ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ରେଜଲ୍ଟ ।
BREAKING NEWS
- ବିଜେପି ଛାଡିଲେ ରମା ରଞ୍ଜନ ବଳିୟାରସିଂ
- କଂଗ୍ରେସର ‘ମିଶନ୍-୧୩୫’ କ’ଣ ? ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ୱାର ରୁମ୍
- ରାଜଧାନୀ ରାଜରାସ୍ତାରେ ନଡ୍ଡା, କରୁଛନ୍ତି ପାଓ୍ବାର ସୋ
- +୯୨ ନମ୍ବର ଥିବା ହ୍ୱାଟ୍ସଆପ୍ କଲ୍ ଆସିଲେ ସାବଧାନ, ସାଇବର ଠକେଇ ନେଇ ସତର୍କତା
- ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୪ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର
- ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ
- ଖଲ୍ଲିକୋଟରେ ରାଜନୈତିକ ହିଂସା: ଚାଲିଗଲା ଜଣଙ୍କର ଜୀବନ, ୭ ଆହତ
- ନିର୍ବାଚନ ସମୟରେ ବଢିବ ତାତି, ଶୀଘ୍ର ଆସିବ ମୌସୁମୀ
- ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ: ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡିର ମେଗା ରୋଡ଼ ସୋ’
- ରାଜଧାନୀରେ ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୩ ଦୋକାନ