Latest Odisha News

BREAKING NEWS

ଦୁର୍ବଳ ପଡ଼ିଲା ବାତ୍ୟା ଗୁଲାବ: ଡିପ୍ ଡିପ୍ରେସନ୍ ପ୍ରଭାବରେ ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଆଜି ଡିପ୍ ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା । ଏହାପରେ ଆହୁରି ଦୁର୍ବଳ ହେଉଛି ବାତ୍ୟା । ସକାଳ ସାଢେ ୫ଟାରେ ଛତିଶଗଡ଼ର ଜଗଦଳପୁରଠାରୁ ୧୧୦ କିମି ପୂର୍ବ-ଦକ୍ଷିଣ ପୂର୍ବ ଓ ଗୋପାଳପୁର ଉପକୂଳରୁ ୨୨୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଥିଲା ।

ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୬ ଘଣ୍ଟାରେ ଡିପ୍ରେସନରେ ପରିଣତ ହେବ । ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବର୍ତ୍ତମାନର ଡିପ୍ ଡିପ୍ରେସନ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ହୋଇପାରେ । ଆଜି ପାଇଁ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ।

Leave A Reply

Your email address will not be published.