ଗଜପତି : ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବମିକା ନିକଟ ସାଇଲଡା ଗ୍ରାମରେ ନଦୀରେ ଭାସି ଯାଇ ଯୁବକ ଜଣକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଲେ ସାଇଲଡା ଗ୍ରାମର ଜି. ବାବୁରାଓଙ୍କ ୩୦ ବର୍ଷୀୟ ପୁଅ ଜି. ରାମୁ । ସେ ସନ୍ଧ୍ୟାରେ ନଦୀ ପାର ହେଉଥିବା ସମୟରେ ନଦୀରେ ଭାସି ଯାଇଥିବା ସୂଚନା ମିଳିଛି । ଖବରପାଇ ଗୁରାଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁସାର, ନଦୀରେ ପହଁରି ପାର ହେବାକୁ ଚେଷ୍ଟା କରିଥିଲେ ଜି. ରାମୁ । କିନ୍ତୁ କୌଣସି କାରଣରୁ ନଦୀରେ ଭାସିଯାଇ ନିଖୋଜ ଥିବା ଜଣାପଡିଛି ।
BREAKING NEWS
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ
- Balianta Soumya Murder Case: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା:ଆକ୍ରମଣର ଶିକାର ଝିଅଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ
- ରଣଜୀ ଟ୍ରଫି: ମୁମ୍ବାଇ ଦଳକୁ ଫେରିବେ ସୂର୍ୟ୍ୟକୁମାର ; ଆହତ କାରଣରୁ ଶାର୍ଦ୍ଦୁଳ ଠାକୁର ବାଦ୍
- ‘ଅପ୍ଟୋଜେନେଟିକ୍ସ’ ଆବିଷ୍କାର ପାଇଁ ମେଡିସିନ୍ କ୍ଷେତ୍ରରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
- ରାଜ୍ୟସଭା ନିର୍ବାଚନ: ଉତ୍ତର ପ୍ରଦେଶରୁ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ସହ ୮ ଜଣଙ୍କୁ ବାଦ୍ ଦେଲା ବିଜେପି
- Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ, ୨,୦୦୦ କର୍ମୀ ଗିରଫ
- ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…
- ଜିରା ପାଉଡର ନା କୀଟନାଶକ; ଏଭରେଷ୍ଟର ଏହି ଉତ୍ପାଦ ଉପରେ ରୋକ୍ ଲଗାଇଲା FSSAI
- ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ

Comments are closed.