Latest Odisha News

BREAKING NEWS

ଜର୍ମାନୀ ସାଧାରଣ ନିର୍ବାଚନରେ ଏସପିଡିର ବିଜୟ, ଆଞ୍ଜେଲା ମେର୍କେଲଙ୍କ ଦଳ ସିଡିୟୁ ଶକ୍ତ ଧକ୍କା

ଜର୍ମାନୀ : ଜର୍ମାନୀ ସାଧାରଣ ନିର୍ବାଚନରେ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ବା ସିଡିୟୁ ଦଳକୁ ଲାଗିଛି ଶକ୍ତ ଧକ୍କା । ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି ବାମ ସମର୍ଥିତ ସୋସିସାଲ ଡେମୋକ୍ରାଟିକ ପାର୍ଟି ବା ଏସପିଡି । ବିଦାୟୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ଦଳ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ବା ସିଡିୟୁକୁ ପରାଜିତ ହେବାକୁ ପଡିଛି । ସାଧାରଣ ନିର୍ବାଚନରେ ଏସପିଡି ୨୫.୭ ପ୍ରତିଶତ ଭୋଟ ପାଇଥିବା ବେଳେ, ସିଡିୟୁ ୨୪.୧ ପ୍ରତିଶତ ଭୋଟ ପାଇଛି । ଗ୍ରୀନପାର୍ଟି ୧୪.୮ ପ୍ରତିଶତ ଭୋଟ ପାଇଛି ।

ସେହିପରି ଏଫଡିପିକୁ ମିଳିଛି ୧୧.୫ ପ୍ରତିଶତ ଭୋଟ । ଏଏଫଡିକୁ ୧୦.୩ ପ୍ରତିଶତ ଭୋଟ ମିଳିଛି । ଏସପିଡିକୁ ୨୦୬, ସିଡିୟୁକୁ ୧୯୬, ଗ୍ରୀନ ପାର୍ଟିକୁ ୧୧୮ ଓ ଏଫଡିପିକୁ ୯୨ ଆସନ ମିଳିଛି । ଏହି ନିର୍ବାଚନରେ ଏସପିଡିର ବିଜୟ ସହ ଶେଷ ହୋଇଛି ମର୍କେଲଙ୍କ ୧୬ ବର୍ଷର ଶାସନ । ଏସପିଡିର ବିଜୟ ପରେ ଦେଶରେ ୨୯୯ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୧୭ରେ ହୋଇଥିବା ସାଧାରଣ ନିର୍ବାଚନରେ ସିଡିୟୁ ବିଜୟୀ ହୋଇଥିବା ବେଳେ, ଏସପିଡିକୁ ମିଳିଥିଲା ୨୦.୫ ପ୍ରତିଶତ ଭୋଟ । ଏସପିଡି ନେତା ଓଲାଫ ସ୍କଜ କହିଛନ୍ତି, ତାଙ୍କୁ ଦେଶବାସୀ ସମର୍ଥନ କରିଛନ୍ତି ଏବଂ ଖୁବଶୀଘ୍ର ସେ ସରକାର ଗଠନ କରିବେ ।

Leave A Reply

Your email address will not be published.