Latest Odisha News

BREAKING NEWS

‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର: ‘ବିଶ୍ୱ ହୃଦୟ ଦିବସ’ । ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’( World heart day) ପାଳନ କରାଯାଏ । ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେ ହାର୍ଟ ସୁସ୍ଥ ରହିଥାଏ । ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ । ଏହା ଅତି ମାରାତ୍ମକ। ପୁଷ୍ଟିକର ଖାଦ୍ୟର ଅଭାବ, ପ୍ରଦୂଷିତ ପରିବେଶ, ଜୀବନଶୈଳୀ ଏହାର ମୁଖ୍ୟ କାରଣ ।ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା ଆଦି ମଧ୍ୟ ବିଭିନ୍ନ ହୃଦରୋଗକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ । ତେଣୁ ସମସ୍ତଙ୍କୁ ଏସବୁ ସମ୍ପର୍କରେ ସଚେତନ କରାଇବା ‘ବିଶ୍ୱ ହୃଦୟ ଦିବସ’ର ଲକ୍ଷ୍ୟ। ଚଳିତ ବର୍ଷର ଥିମ୍ ରହିଛି ‘ହାର୍ଟ ଟୁ ହାର୍ଟ କନେକ୍ଟ ।
ଦିନକୁ ଦିନ ହୃଦ ରୋଗୀଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ୍ କରି କୋଭିଡ ସମୟରେ ହୃଦରୋଗୀ ମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ।ଶାରିରୀକ ପରିଶ୍ରମ ହେଉନଥିବା ବେଳେ ଲୋକଙ୍କ ଜୀବନ ବିପଦଜନକ ଜୋନ୍‌କୁ ଚାଲିଆସୁଛି । ଯାହା ଫଳରେ ପ୍ରାୟ ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଯାଉଛି । କୋଭିଡ଼ ଆକ୍ରାନ୍ତଙ୍କର ମଦ୍ୟ ହୃଦ ସମସ୍ୟା ବେଶୀ ବିପଦଜନକ ସାବ୍ୟସ୍ତ ହୋଇଛି । ହୃଦ ରୋଗରୁ ରକ୍ଷା ପାଇବାକୁ ଡାକ୍ତରଙ୍କର ଅନେକ ପରାମର୍ଶ ରହିଛି । ଏଐନେଇ ପ୍ରଥମେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ଆଜିକାଲି ପ୍ରାୟତଃ ମାନସିକ ଚାପରୁ ନେଇ ଧୂମ୍ରପାନ ଓ ତମାଖୁ ସେବନ ରହିଛି ମୁଖ୍ୟ କାରଣ । ମାନସିକ ଚାପ ମଣିଷକୁ ଅସ୍ତବ୍ୟସ୍ତ କରିପକାଏ ।ଶରୀରର ବିଭିନ୍ନ ପ୍ରକାର ହରମୋନ୍ ସ୍ନାୟୁ ଓ ମସ୍ତିଷ୍କରେ ବିଭିନ୍ନ ପରିବର୍ତ୍ତନ ଆଣିଥାଏ । । ଏହା ଦ୍ୱାର ଶରୀରର ଦମନୀ ଓ ରକ୍ତ ପ୍ରବାହରେ ପରିବର୍ତ୍ତନ ହୋଇଥାଏ । ଆଉ ଏହାର ପ୍ରଭାବରେ ହୃଦୟ, ମସ୍ତିଷ୍କ ଓ ରକ୍ତର ରୋଗ ଆରମ୍ଭ ହୋଇଯାଏ । ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ସେହିଭଳି ଧୂମପାନ ଓ ତମାଖୁ ସେବନଠାରୁ ନିୟମିତ ଦୂରେଇ ରହିବା ଜରୁରୀ । ତମାଖୁରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ହୃତପିଣ୍ଡକୁ ବହୁତ କ୍ଷତି ପହଞ୍ଚାଇଥାଏ ।ନିଜ ହୃତପିଣ୍ଡକୁ ସୁରକ୍ଷିତ ରଖିବାକୁ ହେଲେ ବିଭିନ୍ନ ପଦକ୍ଷେପ ନେବା ଜରୁରୀ । ଯେମିତିକି ନିୟମିତ ଭାବେ ୩୦ମିନିଟ୍ ବ୍ୟାୟାମ କରିବା ଆବଶ୍ୟକ । । ଏହା ଓଜନକୁ ନିୟନ୍ତ୍ରଣ ରଖିବା ସହିତ ଉଚ୍ଚରକ୍ତଚାପ ଓ ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ହୃତପିଣ୍ଡକୁ ସୁରକ୍ଷିତ ରଖିବାପାଇଁ ସନ୍ତୁଳିତ ଆହର ଖାଇବା ଜରୁରୀ । ତେଲ ମସଲାଠୁ ଦୂରରେ ରହିବା ସହ ତାଜାଫଳ ଖାଇବା ଦରକାର । ଏପରିକି ମଦ୍ୟ ପାନ କରିବା ମଧ୍ୟ ବର୍ଜନୀୟ । ସେହିଭଳି ଓଜନ ନିୟନ୍ତ୍ରଣ ସହିତ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ଜରୁରୀ ।
ତେବେ ଉପଯୁକ୍ତ ଖାଦ୍ୟ ପେୟ, ଜୀବନ ଚର୍ଯ୍ୟା ଓ ଯଥା ସମୟରେ ଶରିରୀକ ପରୀକ୍ଷା ଓ ସମସ୍ୟା ରହିଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଜରୁରୀ । କିଛି ସମସ୍ୟା ରହିଥିଲେ ତୁରନ୍ତ ତାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିଲେ ଭବିଷ୍ୟରେ ନିଜ ହୃତପିଣ୍ଡ ସୁସ୍ଥ ରଖିବା ସହିତ ନିଜେ ମଧ୍ୟ ସୁରକ୍ଷିତ ରହିପାରିବ ।

Leave A Reply

Your email address will not be published.