Latest Odisha News

BREAKING NEWS

ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀ ଚିକିତ୍ସା କଲେ ନର୍ସ

କୋରାପୁଟ : ବିଜୁଳି କଟିଲେ ମୋବାଇଲ ଫୋନ୍ ଟର୍ଚ୍ଚ ଲାଇଟରେ ଚାଲୁଛି ଚିକିତ୍ସ। । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଶତ । କୌଣସି ଉପାନ୍ତ ଗ୍ରାମାଞ୍ଚଳରେ ନୁହେଁ । ଖୋଦ୍ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଡାକ୍ତରଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତ କାଲି ଝାଡା ବାନ୍ତିରେ ଗୁରୁତର ହୋଇ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ ଜଣେ ବ୍ୟକ୍ତି । ତାଙ୍କୁ ନର୍ସ ଜଣକ ମୋବାଇଲ ଲାଇଟରେ ଚିକିତ୍ସା କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲ।।

 

ସେହିପରି ନବଜାତ ଶିଶୁ ଶହ ପ୍ରସୂତି ମା ଓ ଅନ୍ୟାନ୍ୟ ରୋଗୀ ମଧ୍ୟ ଡାକ୍ତରଖାନାରେ ଏଭଳି ଅବହେଳାର ଶିକାର ହେଉଛନ୍ତି ।୨୦୧୩ ମସିହାରେ ୪୦ ଶର୍ଯ୍ୟା ବିଶିଷ୍ଟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ତିଆରି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତୃତୀୟ ଫେଜରେ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଏଥିପାଇଁ ବହୁ ସମୟରେ ଏହି ହସ୍ପିଟାଲରେ ଅନ୍ଧାରରେ ଚାଲୁଛି ରୋଗୀସେବା । ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଖୁବ୍ ଶିଘ୍ର ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

Leave A Reply

Your email address will not be published.