Latest Odisha News

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ବାଦୁଡି ଦ୍ବୀପ

ସମ୍ବଲପୁର: ହୀରାକୁଦର ଜଳରାଶି ମଧ୍ୟରେ ରହିଛି ରହସ୍ୟମୟ ବାଦୁଡି ଦ୍ବୀପ । ରହସ୍ୟ ଭରା ଏହି ଦ୍ବୀପରେ ରହୁଛନ୍ତି ହଜାର ହଜାର ବିରଳ ବାଦୁଡି । କୌଣସି ଦୈବୀ ଶକ୍ତି ଦ୍ବୀପଟିର ସୁରକ୍ଷା କରୁଥିବା ଯୋଗୁଁ ବାଦୁଡିମାନେ ନିର୍ଭୟରେ ବାସ କରୁଥିବା ବିଶ୍ବାସ କରନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ରହସ୍ୟ ଓ ରୋମାଞ୍ଚକର ହେଉଛି ବ୍ୟାଟ୍ ଆଇଲ୍ୟାଣ୍ଡ ବା ବାଦୁଡି ଦ୍ବୀପ । ଏହି ଦ୍ବୀପରେ ଏକ ବିରଳ ପ୍ରଜାତିର ହଜାର ହଜାର ସଂଖ୍ୟାକ ବାଦୁଡି ବସବାସ କରୁଛନ୍ତି ।

ହୀରାକୁଦ ଦେବ୍ରିଗଡ ନେଚର କ୍ୟାମ୍ପରୁ ୨ କିଲୋମିଟରେ ଦୂରରେ ରହିଛି ବାଦୁଡି ଆଇଲ୍ୟାଣ୍ଡ । ଏହି ସ୍ଥାନକୁ ଜଳଭଣ୍ଡାରର ୧୫୦ ଫୁଟ ଗଭୀର ଜଳରାଶିରେ ବୋଟ ଯୋଗେ ଯିବାକୁ ପଡେ ପ୍ରାୟ ୫୦ ବର୍ଷରୁ ଅଧିକ ବର୍ଷ ଧରି ଦ୍ବୀପ ମଧ୍ୟରେ ବାଦୁଡିମାନେ ରହୁଥିବା କୁହାଯାଉଛି । ଦିନବେଳେ ଘଞ୍ଚ ଅରଣ୍ୟର ଡେଙ୍ଗା ଡେଙ୍ଗା ଗଛରେ ଏହି ବାଦୁଡିମାନେ ଆରାମ କରୁଥିବା ଦେଖିବାକୁ ମିଳନ୍ତି ।

ଦ୍ବୀପରେ ହଜାର ହଜାର ବାଦୁଡି ନିର୍ଭୟରେ ରହୁଛନ୍ତି । ଅନ୍ୟପଟେ ପ୍ରାଣୀ ବିଶେଷଜ୍ଞଙ୍କ କହିବା ମୁତାବକ, ଏଠିକାର ନିରୋଳା ପରିବେଶ ସାଙ୍ଗକୁ ଶୀତଳ ପ୍ରାକୃତିକ ଜଳବାୟୁ ଓ ଦ୍ବୀପଟି ଶିକାରୀଙ୍କ ଠାରୁ ଅପହଞ୍ଚ ହୋଇଥିବାରୁ ଏଠାରେ ଏହି ବାଦୁଡି ରହୁଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟ ସରକାର ଏହି ବାଦୁଡି ଦ୍ବୀପକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ଚେଷ୍ଟା କରୁଛନ୍ତି । ଏହି ରହସ୍ୟମୟ ଦ୍ବୀପର ବିକାଶ କରାଯାଇ ବିପୁଳ ମାତ୍ରାରେ ପର୍ଯ୍ୟଟକଙ୍କୁ କିପରି ଆକର୍ଷିତ କରିବାକୁ ଲକ୍ଷ୍ୟ ରହିଛି ।

Comments are closed.