ଉତରକାଶୀ: ଭାରତୀୟ ନୌସେନାର ଗୋଟିଏ ଟିମ ଉତରାଖଣ୍ଡର ମାଂଉଟ ତ୍ରିଶୁଳ ଆରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଦୁର୍ଘଟଣାର ଶୀକାର ହୋଇଛନ୍ତି । ପ୍ରାରମ୍ଭିକ ରିପୋର୍ଟରେ ୧୦ଜଣ ପର୍ବତାରୋହୀ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ୧୫ ଦିନ ପୂର୍ବେ ଏହି ପର୍ବତ ଆରୋହଣ କରିବା ପାଇଁ ୨୦ ଜଣିଆ ଦଳ ବାହାରିଥିଲେ ।
ଶୁକ୍ରବାର ହିମସ୍ଖଳନ ଯୋଗୁ ସେମାନେ ଫସି ଯାଇଥିଲେ । ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ନେହେରୁ ପର୍ବତାରୋହଣ ସଂସ୍ଥାର ଟିମ କର୍ଣ୍ଣଲ ଅମିତ ବିଷ୍ଟଙ୍କ ନେତୃତ୍ୱରେ ଉଦ୍ଧାର ପାଇଁ ଯାଇଛନ୍ତି ।