Latest Odisha News

BREAKING NEWS

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ,ବିଲ ଭିତରୁ ମୃତ ଦେହ ଉଦ୍ଧାର

କୋକସରା: ବିଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । କଳାହାଣ୍ଡି କୋକସରା ଛିଲିପାମାଲ ଗାଁରେ ଜଣେ ଯୁବକ ଅମିତଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଅମିତ ନିଜ ବିଲକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ବିଲ ଭିତରୁ ଉଦ୍ଧାର କରିଥିଲେ । କୋକସରା ପୁଲିସ ଘଟଣଶ ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ମୃତ ଦେହ ପଠାଇଛି । ସକାଳୁ ବର୍ଷା ଲାଗିରହିଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏନେଇ ପୁଲିସ ଅଧିକ ଛାନ୍ ଭିନ୍ ଆରମ୍ଭ କରିଛି।

Leave A Reply

Your email address will not be published.