Latest Odisha News

ହ୍ୱାଟସ୍‌ ଆପ ୟୁଜର୍ସଙ୍କୁ ବଡ ଝଟ୍‌କା; ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ହ୍ୱାଟସ୍‌ ଆପ ନୂଆ ଆଇଟି ଆକ୍ଟ ଅଧୀନରେ ଥିବା ନିୟମ ଅନୁଯାୟୀ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍‌ କରିଥିବାବେଳେ ଏହି ମାସ‌ରେ ମେସେଜିଂ ପ୍ଲାଟଫର୍ମ ୪୨୦ଟି ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ହ୍ୱାଟସ୍‌ ଆପ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମଙ୍ଗଳବାର ପ୍ରକାଶିତ ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ଫେସବୁକ୍ ମାଲିକାନା ମେସେଜିଂ ଆପ୍ଲିକେସନ୍ ଅଗଷ୍ଟ ମାସରେ ୨୦,୭୦,୦୦୦ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଏଥିରେ ଯୋଗ କରାଯାଇଛି ଯେ ଫୋନ୍ ନମ୍ବର ପୂର୍ବରୁ ଏକ +୯୧ କୋଡ୍ ମାଧ୍ୟମରେ ଏକ ଭାରତୀୟ ଆକାଉଣ୍ଟ୍ ଚିହ୍ନଟ ହୋଇଛି।

ଏହାପୂର୍ବରୁ, ହ୍ବାଟସ୍ ଆପ୍ ଏହାର ପ୍ଲାଟଫର୍ମରେ ଅପବ୍ୟବହାରକୁ ରୋକିବା ପାଇଁ ୯୫% ରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରିଥିଲା। ପୂର୍ବରୁ ଜୁନ ୧୬ରୁ ଜୁଲାଇ ୩୧ ମଧ୍ୟରେ ହ୍ୱାଟସଆପ୍‌ ୩୦.୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ଆପ୍‌ର ଅପବ୍ୟବବହାର ତଥା ଅନ୍ୟାନ୍ୟ କାରଣ ପାଇଁ ହ୍ୱାଟସଆପ୍‌ ବିଶ୍ବରେ ମାସକୁ ହାରାହାରି ୮୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରୁଛି।

Comments are closed.