Latest Odisha News

BREAKING NEWS

ଟ୍ରେନରେ ମହିଳା ଇଞ୍ଜିନିୟରଙ୍କୁ ମାଡ଼

ରାଉରକେଲା: ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ମହିଳା ଇଞ୍ଜିନିୟର, ମାଡ଼ ମାରି ମୁଣ୍ଡ ଫଟାଇଲେ RPF କନଷ୍ଟେବଲ
ଆର୍‌ପିଏଫ୍‌ କନଷ୍ଟେବଲଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ ପାଖରେ ଟିକେଟ୍ ନ ଥିବାରୁ ତାଙ୍କୁ ଆର୍‌ପିଏଫ୍‌ କନଷ୍ଟେବଲ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଅନିତାଙ୍କ ପାଖରେ ଟଙ୍କା ନଥିବାରୁ ବିନା ଟିକେଟ୍‌ରେ ସେ ଗୀତାଞ୍ଜଳି ଏକ୍ସପ୍ରେସରେ ଗୁଣ୍ଡିଆରୁ ହାଓ୍ୱଡା ଯାତ୍ରା କରୁଥିଲେ । ତେବେ ଟିକେଟ୍‌କୁ ନେଇ ପାନପୋଷ ଷ୍ଟେସନ ନିକଟରେ ଆର୍‌ପିଏଫ୍‌ କନଷ୍ଟେବଲ ଅଜିତ କୁମାର ନାଏକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲ। ଏହାପରେ ଆର୍‌ପିଏଫ୍‌ କନଷ୍ଟେବଲ ଅନିତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି । କନଷ୍ଟେବଲଙ୍କ ମାଡ଼ରେ ଅନିତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି ।

ଟିକେଟ୍‌ ଚେକ୍‌ କରିବା ଦାୟିତ୍ୱ ଟିଟିଇଙ୍କର। ହେଲେ ଆର୍‌ପିଏଫ୍‌ କନଷ୍ଟେବଲ କ’ଣ ପାଇଁ ତାଙ୍କୁ ମାଡ଼ ମାରିଲେ ବୋଲି ଅନିତା ପ୍ରଶ୍ନ କରିଛନ୍ତି। ଏନେଇ ସେ ରାଉରକେଲା GRP ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ରାଉରକେଲା ଜିଆର୍‌ପି ଥାନା ଅଧିକାରୀ କହିଛନ୍ତି।

Comments are closed.