Latest Odisha News

BREAKING NEWS

ଅଲଗା ହେଲେ ସାଉଥ୍‌ର ଷ୍ଟାର୍‌ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ

ନୂଆଦିଳ୍ଲୀ: ବିବାହର ଚାରି ବର୍ଷ ପରେ ସମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ୨୦୧୭ରେ ଗୋଆରେ ଏକ ବିଶାଳ ସମାରୋହରେ ନାଗା ଚୈତନ୍ୟ ଏବଂ ସମାନ୍‌ଥା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ପତି ଓ ପତ୍ନୀ ବନ୍ଧନରୁ ମୁକ୍ତ ହେବା ନେଇ ‌ଘୋଷଣା କରିଛନ୍ତି। ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ପରେ ଏହି ଖବର ଆସିଛି।

ନାଗା ଚୈତନ୍ୟ ଏକ ନୋଟ୍ ଲେଖି ଏହି ଘୋଷଣା କରିଛନ୍ତି ଯେଉଁଥିରେ ସେ ତାଙ୍କ ପ୍ରଶଂସକମାନଙ୍କୁ କଷ୍ଟ ସମୟରେ ଦମ୍ପତିଙ୍କୁ ସମର୍ଥନ କରିବାକୁ ଏବଂ ସେମାନଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି। ଆମ ବନ୍ଧୁତା ଆମ ଭିତରେ ସର୍ବଦା ଖାସ୍‌ ହୋଇ ରହିବ।

Leave A Reply

Your email address will not be published.