Latest Odisha News

BREAKING NEWS

ଜାହାଜରେ ଡ୍ରଗ୍ସ ପାର୍ଟି; ଶାହାରୁଖ୍‌ଙ୍କ ପୁଅ ଆର୍ୟନ ଗିରଫ

ମୁମ୍ବାଇ: ମୁମ୍ବାଇ ଜାହାଜରୁ ଡ୍ରଗ୍ସ ଜବତ ହେବା ପରେ ବଲିଉଡ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି।

ଆର୍ୟନ ଖାନଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ ବନ୍ଧୁ ଅରବାଜ ମର୍ଚାଣ୍ଟ, ମୁନ୍‌ମୁନ୍‌ ଧମେଚା, ନୁପୁର ସାରିକା, ଇସମିତ ସିଂ, ମୋହକ ଜସୱାଲ, ବିକ୍ରାନ୍ତ ଚୋକର ଏବଂ ଗୋମିତ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏହାପୂର୍ବରୁ ଏନସିବି ଶନିବାର ରାତିରେ ମୁମ୍ବାଇର ଏକ କ୍ରୁଜ୍‌ ଜାହାଜରେ ଚଢାଉ କରିଥିଲା। ଏହାପରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ନାଁ ସାମ୍‌ନାକୁ ଆସିଥିଲା। ଏ ମାମଲାରେ ଆର୍ଯ୍ୟନ୍‌ଙ୍କ ଏନ୍‌ସିବି ପଚରାଉଚରା କରିଥିଲା।

ଏନସିବି ସୂତ୍ରରୁ ପ୍ରକାଶ ଯେ ଡ୍ରଗ୍ସ ସେବନ କିମ୍ବା ବ୍ୟବହାରରେ ତାଙ୍କର ସମ୍ପୃକ୍ତି ଥିବା ସୂଚନା ଯାଞ୍ଚ ପାଇଁ ଆର୍ୟନ ଖାନଙ୍କ ଫୋନ୍ ମଧ୍ୟ ଜବତ କରାଯାଇଥିଲା।

Comments are closed.