ଲକ୍ଷ୍ନୌ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିମାନକୁ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ । ଏଭଳି ଅଭିଯୋଗ କରିଛି କଂଗ୍ରେସ । ଉତ୍ତରପ୍ରଦେଶରେ ବିଜେପି ସରକାର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଉଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ ଅଭିଯୋଗ କରିଛି, ଭୂପେଶ ବଘେଲଙ୍କ ବିମାନକୁ ଅବତରଣ ଅନୁମତି ନଦେବା ଛତିଶଗଡ଼ ଜନତାଙ୍କ ପ୍ରତି ଅପମାନ ନୁହେଁ କି ?
जनता द्वारा चुने हुए एक मुख्यमंत्री को भाजपा सरकार यूपी आने से रोक रही है।
क्या ये छत्तीसगढ़ की जनता का अपमान नहीं है?
भाजपाई हुकूमत को समझना होगा कि तानाशाही तरीके से वो सच के लिए उठने वाली आवाजों को दबा नहीं सकती।#लखीमपुर_किसान_नरसंहार https://t.co/wdDYFeFFda
— Congress (@INCIndia) October 4, 2021
ଭୂପେଶ ବଘେଲ ବି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ୧୪୪ ଧାରା ଲକ୍ଷ୍ମୀପୁରରେ ଲାଗିଛି । ଲକ୍ଷ୍ନୌରେ ଓହ୍ଲାଇବା ପାଇଁ କାହିଁକି ରୋକା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଏସ୍. ରନ୍ଧଓ୍ୱା ବି ଥିଲେ । ସେମାନେ ଆଜି ଲକ୍ଷ୍ମୀପୁର ଯିବେ ବୋଲି ଘୋଷଣା କରିଥିଲେ ।
उत्तरप्रदेश की सरकार मुझे राज्य में न आने देने का फरमान जारी कर रही है।
क्या उत्तरप्रदेश में नागरिक अधिकार स्थगित कर दिए गए हैं?
अगर धारा 144 लखीमपुर में है तो लखनऊ उतरने से क्यों रोक रही है तानाशाह सरकार?#लखीमपुर_किसान_नरसंहार pic.twitter.com/8kwEfpjYhp
— Bhupesh Baghel (@bhupeshbaghel) October 4, 2021
ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପରେ ଆଜି ସକାଳୁ ସକାଳୁ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଥିଲା ଉତ୍ତରପ୍ରଦେଶ ପୋଲିସ । ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ପୋଲିସ ହେପାଜତରେ ନେଇଛି । ଏହାର କିଛି ସମୟ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିମାନକୁ ଲକ୍ଷ୍ନୌରେ ଅବତରଣ ଅନୁମତି ମିଳି ନଥିବା ଖବର ସାମନାକୁ ଆସିଛି ।
Comments are closed.