Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ନେତା ବିଭୁ ତରାଇ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ୨ ଦିନ ପରେ ବରିଷ୍ଠ ନେତା ବିଭୁ ତରାଇ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତିି ।

ପୂର୍ବତନ କଂଗ୍ରେସ ନେତା ଶ୍ରୀ ତରାଇ ଗୁରୁବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି ।

କଂଗ୍ରେସ ପକ୍ଷରୁ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ବୁଧବାର ଦିନ ସେ ଅରିନ୍ଦମ ସର୍କେଲ ଓରଫ ବାପି ସର୍କେଲଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ପ୍ରଦାନ କରିଥିଲେ ।

ବରିଷ୍ଠ ନେତା ବିଭୁ ତରାଇ କଂଗ୍ରେସକୁ ଅଭିଯୋଗ କରି କହିଛନ୍ତି ଯେ, ଦଳ ଜାଣିଶୁଣି ଅନେକ ସ୍ଥାନରେ ଦୁର୍ବଳ ପ୍ରାର୍ଥୀଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି ।

Leave A Reply

Your email address will not be published.