Latest Odisha News

BREAKING NEWS

ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗୁରୁବାର ସନ୍ଧ୍ୟାରେ ପୁଣି ନିର୍ବାଚନ ପ୍ରାର୍ଥୀ ବଦଳାଇଛନ୍ତି । କଂଗ୍ରେସ ପକ୍ଷରୁ ଗୋଟିଏ ଲୋକସଭା ଏବଂ ୨ଟି ବିଧାନସଭା ଆସନରେ ପୂର୍ବ ଘୋଷିତ ପ୍ରାର୍ଥୀ ବଦଳିଛନ୍ତି ।

କେନ୍ଦୁଝର ଲୋକସଭା ଆସନରେ ଫକିର ମୋହନ ନାୟକଙ୍କ ବଦଳରେ ମୋହନ ହେମ୍ଭ୍ରମଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି । ମୋହନଙ୍କୁ ପୂର୍ବରୁ ଦଳ ତେଲକୋଇ ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଚୟନ କରିଥିଲା । ତେଲକୋଇ ଆସନରେ ଏବେ ମୋହନଙ୍କ ବଦଳରେ ପ୍ରଶାନ୍ତ ଦଳେଇ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ପାଟଣା ବିଧାନସଭା ଆସନରେ ପୂର୍ବରୁ ପ୍ରାର୍ଥୀ ଭାବେ ଘୋଷିତ ହୋଇଥିବା ଗୋପେଶ୍ୱର ନାୟକଙ୍କ ବଦଳରେ ଦଳ ବିନୋଦ ନାୟକଙ୍କୁ ପ୍ରାର୍ଥୀ ଘୋଷିତ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବେଗୁନିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ ଘୋଷିତ ହୋଇଥିଲେ । ସେ ନିର୍ବାଚନ ଲଢିବେ ନାହିଁ ମନା କରିଛନ୍ତି ।

Leave A Reply

Your email address will not be published.