Latest Odisha News

ଲକ୍ଷ୍ମୀପୁର ହିଂସା ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ

ଉତ୍ତରପ୍ରଦେଶ : ଲକ୍ଷ୍ମୀପୁର ହିଂସା ଘଟଣାରେ ୮ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ମାମଲା ଦାଏର ହୋଇଛି । ଏହି ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଜିଲ୍ଲା ମାଜିଷ୍ଟ୍ରେଟ ଅରବିନ୍ଦ ଚୌରାସିଆ କହିଛନ୍ତି, ଏହି ଘଟଣାରେ ୪ ଜଣ ଚାଷୀ ଓ ୪ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ହିଂସା ବଢିବା ଆଶଙ୍କାରେ ଲକ୍ଷ୍ମୀପୁର ଅଞ୍ଚଳରେ ମୋବାଇଲ ସେବା ବନ୍ଦ କରାଯାଇଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବାକୁ ଦାବି କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ।

ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ କାର୍ ମଡ଼ାଇ ଦେବାରୁ ୨ଜଣ ପ୍ରାଣ ହରାଇଥିଲେ । ପରେ ଘଟଣାସ୍ଥଳରେ ହିଂସା ଯୋଗୁ ମୋଟ ୮ଜଣଙ୍କ ଜୀବନ ଯାଇଛି । ଘଟଣାକୁ ନେଇ ଜୋରଦାର ବିରୋଧ ଜାରି ରହିଥିବା ବେଳେ, ମୃତକ ଓ ଆହତଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ମୃତକଙ୍କ ପରିବାରକୁ ୪୫ ଲକ୍ଷର ସହାୟତା ଦିଆଯିବ । ଏହାସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଓ ଆହତଙ୍କ ପରିବାରକୁ ୧୦ଲକ୍ଷର ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Comments are closed.