ନୂଆଦିଲ୍ଲୀ: ଗତକାଲି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ପୋଲିସ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ସୂତ୍ରରୁ ପ୍ରକାଶ ଯେ ଆଜି ଆଇପିସି ଧାରା ୧୪୪ ଉଲ୍ଲଂଘନ ଅଭିଯୋଗରେ ପୋଲିସ ପ୍ରିୟଙ୍କାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଛି।
ବର୍ତ୍ତମାନ ଅସ୍ଥାୟୀ ଭାବେ ତାଙ୍କୁ ପୁଲିସ୍ ସୀତାପୁର ଗେଷ୍ଟ ହାଉସ ଜେଲ୍ରେ ରଖିଛି। ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନଥିବା ସୂଚନା ମିଳିଛି।
ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦୀପେନ୍ଦ୍ର ହୁଡା ଏବଂ ଅଜୟ କୁମାର ଲାଲୁଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ବୋଲି ହରଗାଓଁ ପୋଲିସ ଷ୍ଟେସନର SHO କହିଛନ୍ତି।
Comments are closed.