Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ୨ ମୃତ

ବଲାଙ୍ଗିର : ରାଜ୍ୟ ବିଜେପି କାର‌୍ୟ୍ୟକାରିଣୀ ସଦସ୍ୟ ତଥା ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାଷ୍ଟ୍ରପତି ବେହେରା ଏବଂ ତାଙ୍କ ସହଯୋଗୀଙ୍କର ଗୁରୁବାର ରାତିରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତ ବେହେରା ଓ ତାଙ୍କ ସହଯୋଗୀଙ୍କ ସହ ୩ ଜଣ ସମର୍ଥକ ଏକ ଗାଡିରେ ଭୁବନେଶ୍ୱର ଆସିବାବେଳେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖାରି ନିକଟରେ ଏକ ଟ୍ରକ୍ ତାଙ୍କ ଗାଡି ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

ଏହି ଦୁର୍ଘଟଣାରେ ବେହେରା ଓ ତାଙ୍କ ସହଯୋଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଇଥିବା ଜଣାପଡିଛି ।

ପରବର୍ତ୍ତୀ ସମୟରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଏବଂ ପୋଷ୍ଟମଟର୍ମ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.