Latest Odisha News

BREAKING NEWS

ବିନା ଭକ୍ତରେ ଗଡ଼ିଲା ମା’ ବିରଜାଙ୍କ ରଥ

ଯାଜପୁର: କୋରନା କଟକଣା ଭିତରେ ବିନା ଭକ୍ତରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ରଥ । ନବରାତ୍ରି ଅବସରରେ ଆରମ୍ଭ ହୋଇଛି ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା । ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥପୂଜା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ଆରମ୍ଭ ହୋଇଥିଲା ରଥଟଣା ।

ଚଳିତବର୍ଷ ମଧ୍ୟ କୋରନା କଟକଣା ଥିବାରୁ କେବଳ ସେବାୟତ ଓ ପୋଲିସ ରଥ ଟାଣିଥିଲେ । ଆଜିଠାରୁ ୮ଦିନ ଯାଏ ପ୍ରତ୍ୟେକ ଦିନ ସଂଧ୍ୟାରେ ରଥ ମନ୍ଦିର ବେଢ଼ା ପରିକ୍ରମା କରିବ । ବିଶ୍ୱାସ ରହିଛି, ଏହି ନଅ ଦିନ ଧରି ରଥରେ ମା’ଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ସମ୍ଭାବ୍ୟ ଭିଡ଼ ଆଶଙ୍କା କରି ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।

Leave A Reply

Your email address will not be published.