Latest Odisha News

BREAKING NEWS

ବସ୍-ଟ୍ରକ୍ ଧକ୍କାରେ ୯ ମୃତ, ୨୭ ଆହତ

ବାରବାଙ୍କି(ଉତ୍ତରପ୍ରଦେଶ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ପିଟିହେଲା ବସ୍ । ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ଯାଇଛି । ଆଉ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାର କିଷନ ପଥ ବାବୁରି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ବସଟି ଦିଲ୍ଲୀରୁ ଉତ୍ତରପ୍ରଦେଶର ବାହାରିଚ୍ ଯାଉଥିଲା । ଏତିକିବେଳେ କିଷନ ପଥ ନିକଟରେ ବାଲିବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତଙ୍କୁ ମିଳିବ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ।

Leave A Reply

Your email address will not be published.