Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିବା ନୀରଜଙ୍କ ଜାଭଲିନ୍‌ ୧.୫ କୋଟିରେ ନିଲାମ

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମୃତି ଚିହ୍ନର ଇ-ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭେଲିନ୍ ୧.୫ କୋଟି ଟଙ୍କାରେ ନିଲାମ ହୋଇଛି। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ ବିଡ୍ ଗ୍ରହଣ କରିଥିବା ଆଇଟମ୍ ଗୁଡିକ ମଧ୍ୟରେ ୧୧୭ ବିଡ୍ ସହିତ ଏକ କାଠର ଗଣେଶ, ପୁଣେ ମେଟ୍ରୋ ଲାଇନର ଏକ ସ୍ମୃତି, ଯାହା ୧୦୪ ବିଡ୍‌ ଗଅହଣ କରିଛି ଏବଂ ଭିକ୍ଟ୍ରି ଫ୍ଲେମ୍‌ର ଏକ ସ୍ମୃତି ଯାହା ୯୮ ବିଡ୍‌ରେ ଗ୍ରହଣ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ  ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଉପହାର ସୂତ୍ରରେ ଦେଇଥିବା ଜାଭଲିନ୍ ସବୁଠାରୁ ଅଧିକ ଟଙ୍କାରେ ନିଲାମ ହୋଇଛି। ଏହି ଜାଭଲିନ କେବଳ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି।

www.pmmementos.gov.in ପୋର୍ଟାଲ ମାଧ୍ୟମରେ ଏହି ଇ-ନିଲାମୀ ଡକାଯାଇଥିଲା। ଏଥିରୁ ଆସୁଥିବା ଅର୍ଥ ରାଶି ନମାମି ଗଙ୍ଗା ମିଶନକୁ ଦାନ କରାଯିବ ବୋଲି ଜଣାପଡ଼ିଛି। ଏହାକୁ ଭାରତର ପବିତ୍ର ଗଙ୍ଗା ନଦୀର ସଂରକ୍ଷଣ ଓ କାୟାକଳ୍ପ ପୁନରୁଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯିବ।

 

Comments are closed.